ବିଜେଡିକୁ ଜୟନାରାୟଣଙ୍କ ଟାର୍ଗେଟ

Veteran BJP MLA targets BJD

0

ଭୁବନେଶ୍ୱର : ବିରୋଧୀଦଳ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର। ତାଙ୍କ ଦଳ ବଂଚିଛି ବୋଲି ଜନ ସାଧାରଣଙ୍କ ଆଗରେ ପ୍ରମାଣିତ କରିବାକୁ ଏମିତି କାର୍ଯ୍ୟକ୍ରମ ବିଜେଡ଼ି ନେତା କରୁଛନ୍ତି ବୋଲି କହିଛନ୍ତି ସେ | ଆମେ ଧାନର ଏମଏସପି 3100 ଦେଲୁ ସେମାନେ 100 ଟଙ୍କା କହିଥିଲେ ଦେଲେନି | ବିଜେଡି ମରିଯାଉଛି ବୋଲି ଲୋକେ କହୁଛନ୍ତି ସେମାନେ ବଂଚେଇବା ପାଇଁ ଶୋ କରୁଛନ୍ତି.. ସେମାନେ ମରନ୍ତୁ ନାହିଁ ବଞ୍ଚିଥାନ୍ତୁ | ସାଲାଇନ ଦରକାର ହେଲେ ଆମେ ଦବୁ ବୋଲି କଡା ଟାର୍ଗେଟରେ କହିଛନ୍ତି ଏହି ଭେଟେରାନ ନେତା।.. ବିଜେଡ଼ି ଦଳର 2024 ପୂର୍ବରୁ କଣ ପରିସ୍ଥିତି ଥୀଲା ବର୍ତମାନ କଣ ପରିସ୍ଥିତି ଦୁଇଟାକୁ ସେମାନେ ଗ୍ରହଣ କରନ୍ତୁ | ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ | ଚିରାଚରିତ ହିସାବରେ କେଉଁଠି କଣ ଘଟିଛି ପୋଲିସ ଆକ୍ସନ ନେଇଛି | କୌଣସି ସଂଗଠିତ କ୍ରାଇମ ଓଡ଼ିଶାରେ ନାହିଁ | ମାଫିଆ ଥିଲେ ଆଜି ନାହିଁ | ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥିଲେ ଆମେ ଗୋଟିଏ ଘଟଣା କରିନୁ | ଏମାନଙ୍କ ଗୋଟିଏ ବି ତଦନ୍ତ ହେଲାନି | କେତେ ଘଟଣା ଘଟିଗଲା ବିଜେଡି ସମୟରେ ନିଜ ଆଙ୍ଗୁଠିରେ ଗଣିପାରିବେ |

 

Leave A Reply

Your email address will not be published.