ହକି ଇଣ୍ଡିଆ ଲିଗ 2025-26: ଫାଇନାଲରେ ରାଞ୍ଚି- କଳିଙ୍ଗ ଟକ୍କର
Hockey india league : final class between lancers vs royals held today
ଭୁବନେଶ୍ୱର: ହକି ଇଣ୍ଡିଆ ଲିଗରେ ଆଜି ଖେଳାଯିବ ଫାଇନାଲ ମୁକାବିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆଜି ଫାଇନାଲରେ ରାଞ୍ଚି ରୟାଲସକୁ ଭେଟିବ ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ଟୁର୍ନାମେଣ୍ଟରେ ଦୁଇଥର ରାଞ୍ଚି ଦଳକୁ ପରାସ୍ତ କରିସାରିଛି କଳିଙ୍ଗ ଲାନ୍ସର୍ସ ଟିମ। ଲିଗ ପର୍ଯ୍ୟାୟରେ 4-2 ଏବଂ ପ୍ରଥମ କ୍ୱାଲିଫାୟାର 2-1 ଗୋଲରେ ରାଞ୍ଚିକୁ ହରାଇଛି ଦଳ। ଟୁର୍ନାମେଣ୍ଟରେ ରାଞ୍ଚି ରୟାଲସ ସବୁଠାରୁ ଅଧିକ ଗୋଲ ସ୍କୋର କରିଥିବା ବେଳେ ସବୁଠାରୁ କମ ଗୋଲ ଖାଇଛି ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଟିମ। ଆଜି ଟମ ବୁନ ଏବଂ ଆଲେକ ଜାଣ୍ଡର ହେଣ୍ଡ୍ରିକ୍ସ ମଧ୍ୟରେ ହେବ ଟାଇଟେଲ ପାଇଁ ମୁକାବିଲା। ରାଞ୍ଚି ଦଳରେ ନିଲମ ସଂଜୀବ ଖେସ, ଅନମୋଲ ଏକ୍କାଙ୍କ ପରି ଓଡ଼ିଆ ଖେଳାଳି ରହିଥିବା ବେଳେ ଦୀପସାନ ତ୍ରିକୀ, ଦିପକ ପ୍ରଧାନଙ୍କ ପରି ଓଡ଼ିଆ ଖେଳାଳି ରହିଛନ୍ତି ବେଦାନ୍ତ କଳିଙ୍ଗ ଲାନ୍ସର୍ସ କ୍ୟାମ୍ପରେ। ପୂର୍ବରୁ ରାଞ୍ଚି ଦଳ ଦୁଇ ଥର ଟାଇଟେଲ ଜିତିଥିବା ବେଳେ ଥରେ ଟ୍ରଫି ଜିତିଛି ଲାନ୍ସର୍ସ। ସେହିପରି ତୃତୀୟ ଏବଂ ଚତୃର୍ଥ ସ୍ଥାନ ପାଇଁ ଏଚଆଇଏଲ ଜିସି ଏବଂ ହାଇଦ୍ରାବାଦ ତୁଫାନ ମଧ୍ୟରେ ମୁକାବିଲା ହେବ।