- ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା ତରଫରୁ ଆୟୋଜିତ ହୋଇଯାଇଛି ଉତ୍କର୍ଷ ସ୍ୱାଭିମାନ ଓଡ଼ିଆ ସମ୍ମାନ ୨୦୨୬। ଏହି ଅବସରରେ ଅତିଥି ଭାବରେ ଏକାମ୍ର ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ, କୋରେଇ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବିଧାୟକ ରଘୁନାଥ ଜଗଦାଲ ଏବଂ ତାରିଣୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କଳା, ସଂସ୍କୃତି, ବ୍ୟବସାୟ ଏବଂ ସାହିତ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ୩୦ଜଣ ବ୍ୟକ୍ତିବିଶେଷଙ୍କୁ ଉତ୍କର୍ଷ ସ୍ୱାଭିମାନ ଓଡ଼ିଆ ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇଥିଲା। ଏହା ସହ ରାଜ୍ୟର ଭବିଷ୍ୟତ ଅଭିବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ “ଓଡ଼ିଶାର ଅଭିବୃଦ୍ଧି କାହାଣୀ: ଏକ ପ୍ରଗତିଶୀଳ ଭବିଷ୍ୟତ ପାଇଁ ବ୍ୟବସାୟ, ସଂସ୍କୃତି ଏବଂ ସୃଜନଶୀଳ ନେତୃତ୍ୱକୁ ସୁଦୃଢ଼ କରିବା” ବିଷୟ ଉପରେ ଏକ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉତ୍କର୍ଷ ଓଡ଼ିଶାର ଏକ ପତ୍ରିକା ମଧ୍ୟ ଉନ୍ମୋଚିତ କରାଯିବା ସହ ଉତ୍କର୍ଷ ଓଡ଼ିଶାର ଏକ ନୂତନ ୱେବ୍ ଚ୍ୟାନେଲର ଶୁଭାରମ୍ଭ ମଧ୍ୟ କରାଯାଇଥିଲା। ଏହି ଚ୍ୟାନେଲ ମାଧ୍ୟମରେ ରାଜ୍ୟର କଳା, ସଂସ୍କୃତି, ସାହିତ୍ୟ ଏବଂ ବ୍ୟବସାୟ ଭିତ୍ତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ l ଏହି ଉତ୍କର୍ଷ ଓଡିଶା ସ୍ୱାଭିମାନ ସମ୍ମାନ ଉତ୍ସବରେ କଳା, ସଂସ୍କୃତି, ବ୍ୟବସାୟ ଆଦିରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପକ କେପି ପରିଚାଳନା କରିଥିଲେ l ଶେଷରେ ପ୍ରତିଷ୍ଠାତା ଭରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
![]()
Prev Post
Next Post
