ଭୁବନେଶ୍ୱର: ଟ୍ରେନରୁ ଓଲ୍ହାଇବା ବେଳେ ଟ୍ରାକରେ ପଡି ଯାତ୍ରୀ ଆହତ। ଏଭଳି ଅଘଟଣ ଘଟିଛି ରାଜଧାନୀ ଭୁବନେଶ୍ୱରର ରେଲୱେ ଷ୍ଟେସନରେ। ସୂଚନା ଅନୁସାରେ ଯାତ୍ରୀ ଜଣଙ୍କ ପ୍ଲାଟଫର୍ମ ନମ୍ବର 2 ରେ ଜୁନାଗଡ଼ ଏକ୍ସପ୍ରେସ ଟ୍ରେନରୁ ଓଲ୍ହାଉଥିବା ବେଳେ ଟ୍ରାକ ପଡିଯିବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଆହତ ଅବସ୍ଥାରେ ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଆହତ ଯାତ୍ରୀ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସନ୍ତୋଷ ପ୍ରଧାନ। ଘଟଣା ଘଟିବା ସଙ୍ଗେ ସଙ୍ଗେ ରେଳବାଇ ପୋଲିସ ଯାତ୍ରୀ ଜଣଙ୍କୁ ଉଦ୍ଧାର କରିଥିବାରୁ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି।