ଗାଁ କୁ ଯିବେ ସଚିବ, ଅନୁଧ୍ୟାନ କରିବେ ସରକାରୀ ଯୋଜନା
Secretaries will be travelling to rural for observation of government scheme
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନୂଆ ନିୟମ। ଏଣିକି ରାଜ୍ୟର ସମସ୍ତ ଜିଲ୍ଲାକୁ ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ। ଏଥିପାଇଁ 30 ଜିଲ୍ଲା ପାଇଁ 30 ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର। ଏହା ସହ 45 ଟି ଯୋଜନାର ସମୀକ୍ଷା ପାଇଁ 21 ଜଣ ଅଧିକାରିଙ୍କୁ ଦିଆଯାଇଛି ଦାୟିତ୍ବ। ଦାୟିତ୍ୱରେ ଥିବା ପ୍ରତ୍ୟକ ଅଧିକାରୀ ଅତି କମରେ ଥରେ ଆବଣ୍ଟିତ ଜିଲ୍ଲା ପରିଦର୍ଶନ କରିବା ପାଇଁ 2-3 ଦିନିଆ କାର୍ଯ୍ୟକ୍ରମ ଯୋଜନା କରିବେ। ଏହି ଗସ୍ତ ବେଳେ ଜିଲ୍ଲା କିମ୍ବା ସବଡିଭିଜନାଲ ମୁଖ୍ୟାଳୟରେ ଗୋଟିଏ ରାତି ବିତାଇବେ ସଚିବ। ପରିଦର୍ଶନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମ ସହିତ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଅନୁଧ୍ୟାନ କରିବେ।