ବର୍ଷକର ଭତ୍ତା ଟଙ୍କାରେ ନୂଆଁଖାଇ ଭେଟିପରିବାର ସଦସ୍ୟ ଭାବେ ନିର୍ବାହ କଲେ ଦାୟିତ୍ୱଭୋଟ ଜନତାଙ୍କର, ଭତ୍ତା ମଧ୍ୟ ତାଙ୍କର’ : ଜୟନ୍ତ ପ୍ରଧାନ

"Fulfilling family responsibilities with the annual pension money—this is the true 'Nuakhai Bheti' (festive gift); the vote belongs to the people, and the pension belongs to them too." — Jayant Pradhan

0

ବର୍ଷକର ଭତ୍ତା ଟଙ୍କାରେ ନୂଆଁଖାଇ ଭେଟିପରିବାର ସଦସ୍ୟ ଭାବେ ନିର୍ବାହ କଲେ ଦାୟିତ୍ୱ’ଭୋଟ ଜନତାଙ୍କର, ଭତ୍ତା ମଧ୍ୟ ତାଙ୍କର’ : ଜୟନ୍ତ ପ୍ରଧାନସମ୍ବଲପୁର,ଜନପ୍ରତିନିଧିମାନେ ସେବା କାର୍ଯ୍ୟରେ ନିଜକୁ ବ୍ରତୀ କରିବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି ହୋଇଛି ସମ୍ବଲପୁର ଜିଲ୍ଲା ଯୁଯୁମୁରାରେ। ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ପରିବାର ଓ ସମ୍ପର୍କୀୟଙ୍କୁ ଏକାଠି ହେବା ସହ ଖୁସି ବାଣ୍ଟିବାର ସୁଯୋଗ ଦେଇଥାଏ। ଏହି ପର୍ବ ପାଇଁ ଲୋକେ ନୂଆ ଲୁଗାପଟା, ପନିପରିବା ଓ ବିଭିନ୍ନ କିରାନା ସାମଗ୍ରୀ କିଣିଥାନ୍ତି। ତେବେ କେତେକ ପରିବାରଙ୍କ ପାଇଁ ଏହି ଖୁସି ସବୁବେଳେ ସହଜ ହୋଇନଥାଏ। ନିଜ ପଞ୍ଚାୟତର ପରିବାର ସଦସ୍ୟ ହୋଇ ହୋଇ ତାଙ୍କ ସହ ନୂଆଁଖାଇର ଖୁସି ବାଣ୍ଟିବା ପାଇଁ ଯୁଯୁମୁରା ସମିତି ସଭ୍ୟ ଡ. ଜୟନ୍ତ ପ୍ରଧାନ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି।ଶ୍ରୀ ପ୍ରଧାନ ନିଜର ବର୍ଷକର ସମିତି ସଭ୍ୟ ଭତ୍ତା ରାଶି ପ୍ରାୟ ୧ ଲକ୍ଷ ୮ ହଜାର ଟଙ୍କା ଖର୍ଚ୍ଚ କରି ଯୁଯୁମୁରା ପଞ୍ଚାୟତର ୧୦୮ଟି ଗରିବ ପରିବାର ପାଇଁ ନୂଆଁଖାଇ ସହାୟତା ପ୍ୟାକେଟ ପ୍ରସ୍ତୁତ କରିଥିଲେ। ଯୁଯୁମୁରା ଆରଏମସି ପ୍ରାଙ୍ଗଣରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ସହାୟତା ପ୍ୟାକେଟ ପ୍ରଦାନ କରାଯାଇଛି। ଏହି ପ୍ୟାକେଟରେ ଶାଢ଼ୀ, ଗାମୁଛା, ଚାଉଳ, ଚିନି, ଅଟା ସମେତ ଅନ୍ୟାନ୍ୟ ଆବଶ୍ୟକୀୟ କିରାନା ସାମଗ୍ରୀ ରହିଥିଲା।ନୂଆଁଖାଇ ପୂର୍ବରୁ ଏହି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇ ପରିବାରଗୁଡ଼ିକ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଉପକୃତ ହୋଇଛନ୍ତି। ନିଜର ବର୍ଷକର ଭତ୍ତା ଟଙ୍କାକୁ ସାଧାରଣ ଲୋକଙ୍କ ସେବାରେ ଲଗାଇଥିବା ଡ. ପ୍ରଧାନଙ୍କ ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଏହି ଅବସରରେ ସମିତି ସଭ୍ୟ ଡ. ପ୍ରଧାନ କହିଛନ୍ତି ଯେ, “ପଞ୍ଚାୟତବାସୀଙ୍କ ମତଦାନ ଯୋଗୁଁ ହିଁ ମୁଁ ସମିତି ସଭ୍ୟ ହୋଇପାରିଛି। ତେଣୁ ମୋର ଏକ ବର୍ଷର ଭତ୍ତା ଟଙ୍କା ମଧ୍ୟ ସେମାନଙ୍କର। ନୂଆଁଖାଇ ସମୟରେ ଏହି ଭତ୍ତା ଟଙ୍କାରେ ମୁଁ ପରିବାରର ଦାୟିତ୍ୱ ନେଇଛି। ଜଣେ ଜନପ୍ରତିନିଧି ନୁହେଁ, ବରଂ ପରିବାରର ପୁଅ ଓ ଭାଇ ଭଳି ନିଜର ଦାୟିତ୍ୱ ବହନ କରିଛି। ସାଧାରଣ ଲୋକଙ୍କ ସେବା ସେମାନଙ୍କ ଅଧିକାର ଓ ମୋର ଦାୟିତ୍ୱ ଅଟେ। ସେମାନଙ୍କ ଆଶୀର୍ବାଦ ଆମ ପରିବାର ପାଇଁ ବରଦାନ ସଦୃଶ ହେବ।”l ଏହି ଅବସରରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ପ୍ରଧାନ, ଲିପିଣ୍ଡା। ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ଅରୁଣ ଦେହୁରୀ, ଜଗଦୀଶ ପ୍ରଧାନ, ପୂର୍ବତନ ସରପଞ୍ଚ ବେଦବ୍ୟାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.