ଜୀ ସାର୍ଥକରେ ଜୁଲାଇ ୨୭ ସନ୍ଧ୍ୟା ୭.୩୦ ରେ ଆସୁଛି ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ
New mega serial 'Shravani' coming on Zee Sarthak on July 27 at 7.30 PM: A heartwarming family story
ଜୀ ସାର୍ଥକରେ ଜୁଲାଇ ୨୭ ସନ୍ଧ୍ୟା ୭.୩୦ ରେ ଆସୁଛି ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣ
ଜୀ ସାର୍ଥକ ଓଡ଼ିଶାର ଏକ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ଭାବରେ ଓଡ଼ିଆ କଳା, ସଂସ୍କୃତି ତଥା ନାରୀତ୍ଵକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି ଓ ସେହି ପରିପ୍ରେକ୍ଷିରେ ଆସନ୍ତା ଜୁଲାଇ ୨୭ ତାରିଖ ସନ୍ଧ୍ୟା ୭:୩୦ ମିନିଟରେ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ନୂଆ ମେଗା ଧାରାବାହିକ ‘ଶ୍ରାବଣୀ’। ଏହା ଏପରି ଦୁଇଜଣ ମହିଳାଙ୍କ ଜୀବନ କାହାଣୀ ଉପରେ ଆଧାରିତ, ଯେଉଁମାନଙ୍କ ଚିନ୍ତାଧାରା ଓ ପୃଷ୍ଠଭୂମି ସମ୍ପୂର୍ଣ୍ଣ ଅଲଗା।
ଏହି କାହାଣୀର ମୁଖ୍ୟ ଆକର୍ଷଣ ହେଉଛନ୍ତି ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସ୍ନେହୀ ତଥା ସାହସୀ ଝିଅ ‘ଶ୍ରାବଣୀ’ ଏବଂ କ୍ଷମତାଶାଳୀ, କଠୋର ନିୟମରେ ଓ ଅନୁଶାସନରେ ବନ୍ଧା ତ୍ରିପାଠୀ ପରିବାରର ମୁଖ୍ୟ ‘ରାଜେଶ୍ୱରୀ ଦେବୀ’। ଯେତେବେଳେ ଶ୍ରାବଣୀ ତ୍ରିପାଠୀ ପରିବାରରେ ପାଦ ରଖେ, ତା’ର ସରଳତା ଓ ମାନବିକତା ରାଜେଶ୍ୱରୀ ଦେବୀଙ୍କ କଠୋର ଆଭିମୁଖ୍ୟକୁ କ’ଣ ବଦଳାଇ ପାରିବ? ଏହି ଦୁଇ ମହିଳାଙ୍କ ମଧ୍ୟରେ ଏକ ସେତୁ ସାଜିଛନ୍ତି ‘ସାଗର’, ଯିଏ ନିଜ ମା’ଙ୍କ ପ୍ରତି ଅତୁଟ ବିଶ୍ୱାସ ରଖିବା ସହ ଶ୍ରାବଣୀର ନିଷ୍କପଟତା ପ୍ରତି ଆକୃଷ୍ଟ ହୁଅନ୍ତି। ପାରିବାରିକ ରାଜନୀତି ଏବଂ ଏକ ନିଆରା ପ୍ରେମ କାହାଣୀ ଭିତରେ, ଶ୍ରାବଣୀ ପ୍ରମାଣ କରିବ ଯେ ପ୍ରକୃତ ଶକ୍ତି ଅହଙ୍କାର ବା କ୍ଷମତାରେ ନୁହେଁ, ବରଂ ନିଃସ୍ୱାର୍ଥପର ଭଲପାଇବା ଓ ମାନବିକତାରେ ଥାଏ।
ଏହି ମେଗା ସିରିଏଲରେ ମୁଖ୍ୟ ଭୂମିକା ଅର୍ଥାତ ଶ୍ରାବଣୀ ଚରିତ୍ରରେ ସୋନାଲି ଚୌଧୁରୀ, ସାଗର ଭୂମିକାରେ ଜ୍ୟୋତି ରଞ୍ଜନ ଏବଂ ରାଜେଶ୍ୱରୀ ଦେବୀ ଚରିତ୍ରରେ ନୀତୁ ସିଂହ ଅଭିନୟ କରୁଛନ୍ତି।
ଏହି ନୂତନ ଧାରାବାହିକ ସମ୍ପର୍କରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ ଦର୍ଶକମାନଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଶ୍ରାବଣୀ କେବଳ ଏକ ଧାରାବାହିକ ନୁହେଁ, ଏହା ଏକ ପରିବର୍ତ୍ତନର କାହାଣୀ। ଗୋଟିଏ ସାଧାରଣ ଝିଅ କିପରି ନିଜର ଭଲପାଇବା ଓ ଦୟାଭାବ ଦ୍ୱାରା ଗୋଟିଏ ବିରାଟ ଓ ପ୍ରଭାବଶାଳୀ ପରିବାରର ହୃଦୟ ଜିଣିପାରେ, ତାହା ଏଥିରେ ଦର୍ଶାଯାଇଛି। ମୋର ଦୃଢ଼ ବିଶ୍ୱାସ, ଆମ ଓଡ଼ିଶାର ଦର୍ଶକମାନେ ଏହି କାହାଣୀକୁ ନିଶ୍ଚୟ ଆଦୃତ କରିବେ। ଆସନ୍ତା ୨୭ ଜୁଲାଇରୁ ପ୍ରତିଦିନ ସନ୍ଧ୍ୟା ୭:୩୦ରେ କେବଳ ଜୀ ସାର୍ଥକରେ ସପରିବାର ଏହି ଧାରାବାହିକଟିକୁ ଦେଖିବାକୁ ମୁଁ ସମସ୍ତଙ୍କୁ ଆନ୍ତରିକ ଅନୁରୋଧ କରୁଛି।”