ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

"The release day for Mantramugdha is approaching

0

ଓଡ଼ିଆ ସିନେ ଦର୍ଶକଙ୍କ ପାଇଁ ଏକ ନୂଆ ସମ୍ଭାବନା ନେଇ ଆସୁଛି ମନ୍ତ୍ରମୁଗ୍ଧ l ମଲ୍ଟି ୟଙ୍ଗ ଷ୍ଟାର୍ସଙ୍କୁ ନେଇ ନିର୍ମାଣ ହୋଇଥିବା ମନ୍ତ୍ରମୁଗ୍ଧ ସାରା ଓଡ଼ିଶାରେ ଆସନ୍ତା ମେ ୧ ତାରିଖରେ ମୁକ୍ତିଲାଭ କରିବା ଖବର ପ୍ରାୟ ସବୁ ସିନେପ୍ରେମୀଙ୍କ ପାଖରେ ଅଛି l ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଧାରା ପରିବର୍ତ୍ତନର ସୂତ୍ରଧର, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ଭିନ୍ନ ଏକ ପରିକଳ୍ପନା *ମନ୍ତ୍ରମୁଗ୍ଧ* l ଅତ୍ୟାଧୁନିକ ଭିଏଫଏକ୍ସ, ଗ୍ରାଫିକ୍ସ, ହରର୍, କମେଡି ସାଙ୍ଗକୁ ମ୍ୟୁଜିକ୍ ସବୁକିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ଅନୁଭୂତି ଯୋଗାଇବ l ନିକଟରେ ମୁକ୍ତିଲାଭ କରିଥିବା ଗୀତଗୁଡିକ କୋଟି ଓଡ଼ିଆଙ୍କ ହୃଦୟ ଜିତି ସାରିଛି l ଗୋଟିଏ ଗୀତରେ ଚାରି ଜଣ ନାୟକ ଓ ନାୟିକାଙ୍କ ଅଭିନୟର ଯାଦୁ ଦେଖିବେ ଦର୍ଶକ l ଗଞ୍ଜାମ ଜିଲ୍ଲାର ଧରାକୋଟର ସେଇ ପ୍ରାଚୀନ ରାଜପ୍ରସାଦରେ ଦୀର୍ଘ ୫୦ ଦିନ ଧରି ସୁଟିଂ ହୋଇଥିବା ଛାତିଥରା ଦୃଶ୍ୟ ମନ୍ତ୍ରମୁଗ୍ଧ ମାଧ୍ୟମରେ ଦେଖିବେ ଦର୍ଶକ l ଧରାକୋଟର ପ୍ରାଚୀନ ରାଜ ପ୍ରସାଦରେ ରହିଛି ଅନେକ ଐତିହ୍ୟ l ଓଡ଼ିଆ ମାନଚିତ୍ରରେ ତାର ସ୍ୱତନ୍ତ୍ର ପରିଚୟ ରହିଛି, ହେଲେ ଆଜି ବି ଅବହେଳିତ ହୋଇ ରହିଛିଧରାକୋଟ ରାଜବାଟୀ l ସେହି ରାଜବାଟୀରେ ଘଟୁଥିବା ଏକ ହରର୍ କାହାଣୀକୁ ଦେଖେଇବା ସହିତ ସେଇ ଐତିହାସିକ ସ୍ଥାନକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ l

ଏକ ବଡ଼ ଷ୍ଟାରକାଷ୍ଟ ସହିତ ପରଦାକୁ ଆସିବା ପାଇଁ ମନ୍ତ୍ରମୁଗ୍ଧ ପ୍ରସ୍ତୁତ ହୋଇସାରିଛି l ନାୟକ ସନୋଜ, ମନ୍ମୟ, ସାର୍ଥକ, ନାୟିକା ଭୂମିକା ଦାଶ, ସୂର୍ଯ୍ୟମୟୀ, ବର୍ଷା ପଟ୍ଟନାୟକ, ଦୀପନ୍ୱିତ, ନିଶାନ୍ତ,ହର ରଥ, ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସଙ୍କ ସମେତ ଆହୁରି ଅନେକ କଳାକାର ମନ୍ତ୍ରମୁଗ୍ଧରେ ନଜର ଆସିବେ l ଅନୁପମ ପଟ୍ଟନାୟକ ଏବଂ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ମନ୍ତ୍ରମୁଗ୍ଧରେ ତାଙ୍କର ପୁରା ଟିମ୍ ର ସହଯୋଗ ରହିଥିବା ବେଳେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରିରେ ଆଗାମୀ ଦିନରେ ଏହି ଚଳଚ୍ଚିତ୍ର ଚହଳ ସୃଷ୍ଟି କରିବ ବୋଲି କାର୍ଯ୍ୟନିର୍ବାହୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.