ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କ ମହନୀୟତା, ଗର୍ଭଧାରଣ ପାଇଁ ସଂଘର୍ଷ କରୁଥିବା ଦମ୍ପତିଙ୍କ ପରିବାରରେ ଖୁସି ଆଣିବା ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ସଚେତନ ଶିବିର

Dr. Shakti Kumar Tripathi's greatness, free health treatment awareness camp to bring happiness to the family of couples struggling to conceive

0

ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କ ମହନୀୟତା, ଗର୍ଭଧାରଣ ପାଇଁ ସଂଘର୍ଷ କରୁଥିବା ଦମ୍ପତିଙ୍କ ପରିବାରରେ ଖୁସି ଆଣିବା ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ସଚେତନ ଶିବିର

ବୈବାହିକ ଜୀବନର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ କରି ନପାରିବା ହେତୁ ପରିବାରରେ ଅଶାନ୍ତି ଲାଗିରହେ l ସମାଜରେ ଅନେକ ଟାହି ଟାପରା ମନକୁ ବହୁତ ଅଶାନ୍ତ କରେ l ବର୍ତ୍ତମାନର ଶିକ୍ଷିତ ସମାଜରେ ମଧ୍ୟ ପ୍ରାୟ ସମସ୍ତେ ଅନ୍ଧ ବିଶ୍ୱାସରେ ଥାଆନ୍ତି l ଗର୍ଭଧାରଣ ନକରିପାରିବା କାରଣ ପାଇଁ ସମସ୍ତେ ସ୍ତ୍ରୀଙ୍କୁ ଦୋଷ ଦେଇଥାନ୍ତି l ହେଲେ ଏହି ସ୍ଥିତିରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଦାୟୀ ଥାଆନ୍ତି l ତେଣୁ ସେଥିରୁ ମୁକ୍ତି ପାଇଁ ଡାକ୍ତର ଶକ୍ତି ଓ ଡାକ୍ତର ଇପ୍ସିତା ସ୍କିନ-ଫର୍ଟିଲିଟି Institute ତରଫରୁ ଶକ୍ତି ଫାଉଣ୍ଡେସନ ଉଦ୍ୟମରେ ଝାରସୁଗୁଡା ସ୍ଥିତ ନବ ଦାସ ଇଣ୍ଡୋର ଷ୍ଟାଡିଅମ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି କୁମାର ତ୍ରିପାଠୀ ଏବଂ ଡାକ୍ତର ଇପ୍ସିତା ଦେବତାଙ୍କ ଦ୍ୱାରା ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ପ୍ରଜନନ ଓପିଡି (OPD) ଏବଂ ଦାତବ୍ୟ ଆଇଭିଏଫ (IVF) ଆୟୋଜନ କରାଯାଇଥିଲା l

ଯେଉଁ ଦମ୍ପତିମାନେ ଗର୍ଭଧାରଣ କରିବାକୁ ସଂଘର୍ଷ କରୁଛନ୍ତି କିନ୍ତୁ ସଚେତନତାର ଅଭାବ, ସାମାଜିକ ଦ୍ୱିଧା କିମ୍ବା ଆର୍ଥିକ ଚିନ୍ତା ହେତୁ ପ୍ରାୟତଃ ସାହାଯ୍ୟ ପାଇବାରେ ବିଳମ୍ବ କରୁଛନ୍ତି ସେମାନଙ୍କୁ ସମର୍ଥନ କରିବା ପାଇଁ ଏହି ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା l ଅନେକ ଦମ୍ପତି ଆର୍ଥିକ ଅଭାବ ହେତୁ ଗର୍ଭଧାରଣ ଠାରୁ ଦୂରେଇ ରୁହନ୍ତି l ସେହି ପରିପ୍ରେକ୍ଷୀରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ତ୍ରିପାଠୀଙ୍କ ଚିକିତ୍ସା ଦ୍ୱାରା ଦମ୍ପତିଙ୍କ କୋଳ ପୁରିଉଠିବ ଏବଂ କୁଳ ମଧ୍ୟ ରକ୍ଷା ହେଇପାରିବ l ଏହି ପଦ୍ଧତିରେ ଅନେକ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଚିକିତ୍ସା ଆରମ୍ଭଠାରୁ କୋଳକୁ ସନ୍ତାନ ବା ସନ୍ତତି ଆସିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ମାଗଣାରେ ମିଳିବ ବୋଲି ଡାକ୍ତର ଶକ୍ତି କୁମାର ତ୍ରିପାଠୀ ପ୍ରକାଶ କରିଥିଲେ l ଶିବିରରେ ବିଭିନ୍ନ ଜିଲାରୁ ପ୍ରାୟ ଦୁଇରୁ ଅଧିକ ଦମ୍ପତି ରେଜିଷ୍ଟ୍ରେସନ୍ କରି ସ୍ୱାସ୍ଥ୍ୟ ପରୀକ୍ଷା କାରିଥିଲେ l ଡାକ୍ତର ଦମ୍ପତି, ପ୍ରତ୍ୟେକ ଗାଁ ମାନଙ୍କରେ ଏହି ସଚେତନ ବାର୍ତ୍ତା ଦେବା ସହିତ ମାଗଣା ସାମାଜିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.