ବିଶ୍ୱ ନେତୃତ୍ୱ ସମ୍ମାନରେ ସମ୍ମାନିତ

Honored by world leaders

0

­

ଏମ.ବି.ସି ଟିଭି ତରଫରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲଠାରେ ଦୁଇଟି ପର୍ଯ୍ୟୟରେ “ବିଶ୍ୱ ଆଧ୍ୟାତ୍ମିକ ଏବଂ ପରିବର୍ତ୍ତନମୂଳକ ସମ୍ମିଳନୀ” ଏବଂ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ହିନ୍ଦୁ ସମ୍ରାଟ ଡାକ୍ତର ପ୍ରବୀଣ ଭାଇ ତୋଗାଡିଆ” ମୁଖ୍ୟ ଅତିଥି ଭାବରେ ଏହି ସମ୍ମିଳନୀରେ ଯୋଗଦେଇ ତାଙ୍କର ମୂଲ୍ୟବାନ ବକ୍ତବ୍ୟ ଦେଇଥିଲେ l

ଓଡ଼ିଶାର ଅନେକ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନର ସ୍ୱୀକୃତି ସ୍ୱରୂପ ରାଜ୍ୟସ୍ତରୀୟ ନେତୃତ୍ୱ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା l ଆମ ସମାଜ ପାଇଁ ବିଶେଷ ଅବଦାନର ସ୍ୱୀକୃତି ସ୍ୱରୂପ ଅଭିଷେକ ଦ୍ବିବେଦୀ ଏବଂ ଅଭିଳାଷ ଦ୍ବିବେଦୀଙ୍କୁ ବିଶ୍ୱ ନେତୃତ୍ୱ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି ପଦକ୍ଷେପକୁ ରାଜ୍ୟ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ଏବଂ ମାର୍ଗଦର୍ଶନକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସମେତ ବହୁ ସଂଗଠନକୁ ସମ୍ମାନିତ କରାଯାଇଥିଲା l

Leave A Reply

Your email address will not be published.