ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ନୂଆଁ ମ୍ୟୁସିକ୍ ଭିଡିଓ “ଜୀବନ ଏମିତି ଚାଲିଥାଉ” ରିଲିଜ୍ ହୋଇଯାଇଛି। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଜଣାଶୁଣା ଟିଭି ଉପସ୍ଥାପକ ସୁଭୋଜିତ୍ ପଣ୍ଡା । ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି ଅନନ୍ୟା, ଆସ୍ଥା, ପ୍ରାଚୀରାଣୀ, ସ୍ଥିତିପ୍ରଜ୍ଞା, ଆୟୁଷ୍ମାନ, ସାଇ ସୌମ୍ୟକାନ୍ତ, ପ୍ରୟାଂଶ ଏବଂ ଇତିଶ୍ରୀ । ସହ କଳାକାର ରୂପେ ଅଛନ୍ତି, ଅନିନ୍ଦିତା, ଅନୁଭବ, ସଚେତ, ଗୁଡୁ ଏବଂ ଦୀପକ୍ । ଜଣେ ବ୍ୟକ୍ତି କିପରି ୮ଜଣ ଅନାଥ ଶିଶୁଙ୍କ ସଂଘର୍ଷମୟ ଜୀବନରେ ହସ, ଖୁସି ଓ ପ୍ରେମ ଭରିଦିଏ, ତାହା ହିଁ ଏହି ମ୍ୟୁସିକ୍ ଭିଡିଓର ବିଷୟବସ୍ତୁ । ଏହି ଭଳି ବିଷୟବସ୍ତୁ ଓଡ଼ିଆ ମ୍ୟୁସିକ୍ ଭିଡିଓ ଦୁନିଆରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ! ସମ୍ବିତ ଦାସଙ୍କ ମନଛୁଆଁ କଣ୍ଠସ୍ବର ଏବଂ ସୁବ୍ରତ ଜେନାଙ୍କ ଲେଖାରେ ଆୟୁଷ୍ମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଯୋଗୀ ଉକ୍ତ ମ୍ୟୁସିକ୍ ଭିଡିଓର ନିର୍ଦ୍ଦେଶନା ଓ ନୃତ୍ୟ ସଂଯୋଜନା କରିଥିବା ବେଳେ କ୍ରିଷ୍ଣା ଡି.ଓ.ପି ଭାବରେ ଜଡ଼ିତ। ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ସ୍ନେହଲତା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା ଏବଂ ଶୁଭଶ୍ରୀ ପଣ୍ଡା। ଭୁବନେଶ୍ୱର ଉପକଣ୍ଠ ଫୁଲନଖରାର ଅମାଣ ଗାଁରେ ଏହି ମ୍ୟୁସିକ୍ ଭିଡିଓର ସୁଟିଂ ହୋଇଛି। ସୂଚନାଯୋଗ୍ୟ, ଟିଭି ଜଗତରେ ଜଣେ ପ୍ରତିଷ୍ଠିତ ଉପସ୍ଥାପକ ଭାବରେ ପରିଚିତ ସୁଭୋଜିତ୍ ପଣ୍ଡା ପୂର୍ବରୁ ୮ରୁ ଉର୍ଦ୍ଧ୍ବ ଟିଭି କାର୍ଯ୍ୟକ୍ରମ ଏବଂ ୨,୫୦୦ରୁ ଅଧିକ ଷ୍ଟେଜ୍ ପ୍ରୋଗ୍ରାମରେ ଉପସ୍ଥାପନା କରିସାରିଛନ୍ତି। ‘କୁଆଁରୀ ଲାଜ’ ପରେ ଏହା ତାଙ୍କର ଦ୍ୱିତୀୟ ମ୍ୟୁସିକ୍ ଭିଡିଓ ଯାହା ସ୍ନେହଲତା ପ୍ରଡକ୍ସନସ୍ ର ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ |