ଦ ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଭାବରେ ସୁବାଷ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ

Subhash Chandra Tripathi honored as an Inspiring Personality by "The Interview Times"

0

ଦ ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଭାବରେ ସୁବାଷ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ

 

ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦ ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ତଥା ଦେଶର ବିକାଶରେ ବିନ୍ଧାଣୀ ସାଜିଥିବା କିଛି ପ୍ରେରଣାଦାୟୀ ବ୍ୟକ୍ତିବିଶେଷଙ୍କୁ ଲୋକଲୋଚନକୁ ଆଣିବା ସହ ଗୋଟିଏ ମଞ୍ଚରେ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ଅଭିପ୍ସା କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି l ଶ୍ରୀଯୁକ୍ତ ତ୍ରିପାଠୀ ରାଜ୍ୟରେ ଶିଳ୍ପାୟନ ଅଗ୍ରଗତି ପ୍ରତି ସର୍ବଦା ତତ୍ପର ଥା’ନ୍ତି l ଅନ୍ୟ ରାଜ୍ୟ ମୁହାଁ ହେଉଥିବା ଯୁବବର୍ଗଙ୍କୁ ଫେରାଇ ଆଣି ଆମ ରାଜ୍ୟକୁ ସମୃଦ୍ଧି ପଥରେ ନେବା ଭଳି ମହାନ ଲକ୍ଷ୍ୟ ରଖିଛନ୍ତି ଅଭିପ୍ସା କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ତ୍ରିପାଠୀ l ଶ୍ରୀଯୁକ୍ତ ତ୍ରିପାଠୀଙ୍କ ହୃଦୟରେ ଓଡିଶା ବିକାଶ ସ୍ବପ୍ନ l ତାଙ୍କ କମ୍ପାନୀରେ ତିନି ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି l ଓଡ଼ିଆ ଯୁବ ବର୍ଗ ଆଗକୁ ବଢିବା ପାଇଁ ମେଣ୍ଟରିଂ ସହ ସହଯୋଗିତା ଭିତ୍ତିରେ କାମ କରିବା ଶ୍ରୀଯୁକ୍ତ ତ୍ରିପାଠୀ ସର୍ବଦା ଉଦ୍ୟମରତ

ଏହି କାର୍ଯ୍ୟକ୍ରମର ଉଦଘାଟକ ଭାବେ ଅକଲାଣ୍ଡ ରେ ଭାରତର କନସୋଲ୍ ଜେନେରାଲ ନ୍ୟୁଜାଲାଣ୍ଡ ଡଃ ମଦନ ମୋହନ ସେଠୀ, ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, ସ୍ବତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସଦସ୍ୟ ଡଃ ସୁଜିତ୍ କୁମାର, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, କୋରେଇ ବିଧାୟକ ଆକାଶ ଦାସ ନାୟକ, ସମ୍ମାନିତ ଅତିଥି ଭାବେ ଓଡିଶା କ୍ରିକେଟ୍ ଆସୋସିଏସନର ଅଧ୍ଯକ୍ଷ ଶ୍ରୀ ପଙ୍କଜ ଲୋଚନ ମହାନ୍ତି, ଏମବିସି ଟିଭିର ଅଧ୍ୟକ୍ଷ ଡଃ ବଦ୍ରିନାଥ ପଟ୍ଟନାୟକ, ଏଆରଏସ୍ଏସ୍ ର ଚେୟାରମ୍ୟାନ୍ ସୁବାଷ ଅଗ୍ରୱାଲ, ଇଣ୍ଟରଭ୍ୟୁ ଟାଇମ୍ସର ଅଧ୍ୟକ୍ଷ ଡଃ ଶୁଭାଶିଷ ଦାସ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଇଞ୍ଜିନିୟର ଆଲୋକ କୁମାର ବାସା ଯୋଗ ଦେଇ ଇଣ୍ଟରଭ୍ୟୁ ଟାଇମ୍ସ ପତ୍ରିକା ଦ୍ବାରା ନିଆଯାଇଥିବା ଏହି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ।

Leave A Reply

Your email address will not be published.