ଶିଳ୍ପ କ୍ୟାପଟେନ ପ୍ରଵୋଧ ମହାନ୍ତି
Industrial Captain Prabodha Mohanty
ଶିଳ୍ପ କ୍ୟାପଟେନ ପ୍ରଵୋଧ ମହାନ୍ତି
ରାଜ୍ୟର ଶିଳ୍ପ କ୍ଷେତ୍ରରେ ଶ୍ରୀ ପ୍ରବୋଧ ମହାନ୍ତି ଜଣେ ଜଣା ଶୁଣା ବ୍ୟକ୍ତିତ୍ୱ। ଶ୍ରୀ ମହାନ୍ତି ୧୯୯୦ ମସିହାରେ ପାଠପଢ଼ା ସମାପ୍ତ କରିବା ପରେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ଶିଳ୍ପ ସମ୍ପର୍କ ଏବଂ କର୍ମଚାରୀ ପରିଚାଳନାରେ ପିଜି ଡିପ୍ଲୋମା ହାସଲ କରିଛନ୍ତି। ସେ ବର୍ତ୍ତମାନ ଏସ.ଏନ. ମହାନ୍ତି ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଗ୍ରୁପ ଖଣି,ଶିଳ୍ପ, ଶକ୍ତି, ହସ୍ପିଟାଲିଟି, ଅକ୍ଷୟ ଶକ୍ତି ଏବଂ ଆନୁସଙ୍ଗିକ କ୍ଷେତ୍ରରେ କାର୍ଯ୍ୟ କରୁଛି।
ଅତ୍ୟନ୍ତ ନମ୍ର ଏବଂ ବିଶ୍ଳେଷଣାତ୍ମକ ଆଭିମୁଖ୍ୟ ସହ ସେ ଏସ.ଏନ. ମହାନ୍ତି ଗ୍ରୁପର ବିବିଧ ପୋର୍ଟଫୋଲିଓର ପ୍ରବକ୍ତା। ତାଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ଦୀର୍ଘ ପ୍ରଗତି ହାସଲ କରିବାକୁ ସକ୍ଷମ ହୋଇଛି। ସେ ବର୍ତ୍ତମାନ ପୂର୍ବାଞ୍ଚଳ କ୍ଷେତ୍ର ଖଣି ସଂଘ (EZMA) ର ସଚିବ ଏବଂ ମୁଖପାତ୍ର ଭାବରେ କାର୍ଯ୍ୟ କରୁଛନ୍ତି। ଏହା ସହ ଭାରତର ଖଣି ଶିଳ୍ପର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା, ଭାରତୀୟ ଖଣିଜ ଶିଳ୍ପ ଫେଡେରେସନ (FIMI) ର ପରିଚାଳନା କମିଟିର ସଦସ୍ୟ ମଧ୍ୟ ସେ ରହିଛନ୍ତି। ସେ ଖଣି ଏବଂ ଉତ୍ପାଦନ ଶିଳ୍ପରେ ସେମିନାର ଏବଂ ସମ୍ମିଳନୀରେ ଯୋଗ ଦେଇ ସାରା ବିଶ୍ୱ ଭ୍ରମଣ କରିଛନ୍ତି। ଏହା ସହ ଉତ୍କଳ ଚାମ୍ବର ଅଫ କମର୍ସ(ୟୁସିସିଆଇ)ର ମଧ୍ୟ ସେ ସଭାପତି ଭାବେ କାର୍ଯ୍ୟରତ।
ଶ୍ରୀ ମହାନ୍ତି ଗ୍ରୁପର ବ୍ୟବସାୟିକ ଉଦ୍ୟମକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେଗୁଡ଼ିକୁ ବିଶ୍ୱସ୍ତରୀୟ ବ୍ୟବସାୟ ପ୍ରତିଷ୍ଠାନରେ ପରିଣତ କରିବାରେ ସଫଳ ହୋଇଛନ୍ତି। ଜଣେ ଦୂରଦୃଷ୍ଟିସମ୍ପନ୍ନ ଶିଳ୍ପ ଲିଡର ଭାବେ ଶ୍ରୀଯୁକ୍ତ ପ୍ରବୋଧ ମହାନ୍ତି ସୁଲଭ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ/ସେବା ଯୋଗାଇବାର ଏକକ ଉଦ୍ଦେଶ୍ୟ ନେଇ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ସ୍ପଷ୍ଟ ଦୃଷ୍ଟିକୋଣ, ବ୍ୟକ୍ତିଗତ ଧ୍ୟାନ, ଗୁଣବତ୍ତା ଉପରେ ନଜର, ନିରନ୍ତର ନବସୃଜନ ଏବଂ ଉଚ୍ଚସ୍ତରୀୟ ବ୍ୟବସାୟିକ ସଚ୍ଚୋଟତା ଏବଂ ନୀତିଶାସ୍ତ୍ର ସହିତ ସେ ବହୁତ କମ୍ ସମୟ ମଧ୍ୟରେ ତାଙ୍କର ସ୍ୱପ୍ନ ହାସଲ କରିଥିଲେ।
“ସତ୍ୟ, କଠିନ ପରିଶ୍ରମ, ସରଳତା, ସଚ୍ଚୋଟତା ଏବଂ ବିଶ୍ୱାସ” – ଏହି ପାଞ୍ଚଟି ସୁବର୍ଣ୍ଣ ନୀତି ଯାହାକୁ ଗୋଷ୍ଠୀର ପରିଚାଳନା ନିର୍ଦ୍ଦେଶକ କଠୋର ଭାବରେ ପାଳନ କରିନ୍ତି। ପାଞ୍ଚଟି ସୁବର୍ଣ୍ଣ ମନ୍ତ୍ର ହେଉଛି ଗ୍ରୁପ ଜୟଯାତ୍ରାର ପାଞ୍ଚଟି ସ୍ତମ୍ଭ। ପ୍ରକୃତ ଯୋଗ୍ୟତା ବିଶିଷ୍ଟ ଏକ କାର୍ଯ୍ୟ ଶେଷରେ ସଫଳତା ପାଏ, ଯେପରି ଆମେ ପାଇଛୁ।