ପଞ୍ଚାୟତ ନିର୍ବାଚନକୁ ନେଇ ମୁଁହାମୁହିଁ

Bjp - Bjd conflict on panchayata election

0

ଭୁବନେଶ୍ୱର : ବିଳମ୍ବ ନୁହେଁ 5 ଵର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ ଏନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର | ପାଞ୍ଚୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ବ ହୋଇଛି | ସବଡ଼ିଭିଜନ ସ୍ତରରେ ଆରମ୍ବ ହୋଇଛି ପ୍ରସ୍ତୁତି |  10 ଦିନ ଭିତରେ ଜିଲ୍ଲପାଳଙ୍କ ସହ ବୈଠକ ହୋଇଛି | ବୁଥ, ବାଲଟ ବକ୍ସ ସହ ଯାହା ଯାହା ଆବଶ୍ୟକ କାମ ଆରମ୍ଭ ପାଇଁ ନିର୍ଦେଶ ଦିଆଯାଇଛି | ଏଥିରେ ମଧ୍ୟ ସହମତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆମ କାର୍ଯ୍ୟକର୍ତ୍ତା ସବୁ ନିର୍ବାଚନ ପାଇଁ ସବୁ ସମୟ ପାଇଁ ପ୍ରସ୍ତୁତ ଅଛନ୍ତି । ଜନଗଣନା ମଧ୍ୟ ହେବ, ସେଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ପଞ୍ଚାୟତ ନିର୍ବାଚନ ଏବଂ ଜନଗଣନା ସରକାର ଏବଂ ନିର୍ବାଚନ କମିଶନ ସମନ୍ୱୟ ରକ୍ଷା କରି କରିବେ । ଦଳ ଯେ କୌଣସି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। ପୂର୍ବରୁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଫେବୃଆରୀରେ ଜନଗଣନା ଥିବାରୁ ଆଗୁଆ ନିର୍ବାଚନ ହୋଇପାରେ ବୋଲି କହିଥିଲେ ମନମୋହନ ।ଅନ୍ୟ ପଟେ ପୂର୍ବରୁ ବିଜେପି କାର୍ଯ୍ୟାଳୟରେ ଏହାକୁ ନେଇ ବିଜେପି ସଭାପତି ଯେଉଁ କହିଥିଲେ ତାହାକୁ ନିନ୍ଦା କରିଛି ବିଜେଡ଼ି। ପ୍ରଥମ ଥର ପାଇଁ ଓଡିଶାରେ ଦେଖା ଗଲା ନା ସରକାର ନା ରାଜ୍ଯ ନିର୍ବାଚନ କମିଶନ। ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ସମ୍ବିଧାନିକ କଥାକୁ ଘୋଷଣା କରାଗଲା। ଏହା କେଉଁ ଭଳି ମାନସିକତା। ବିଜେପି ରାଜ୍ଯ କାର୍ଯ୍ୟାଳୟରେ ଯେତେବେଳେ କୁହାଗଲା ଯେ ଆଗୁଆ ନିର୍ବାଚନ ହେବ, ତାକୁ ଆଜି ରାଜ୍ଯ ନିର୍ବାଚନ କମିଶନ ମନା କରୁଛନ୍ତି। ସରକାର ଟିକେ ସାମ୍ନାକୁ ଆସି କୁହନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ନୟାଗଡ ବିଧାୟକ ଅରୁଣ ସାହୁ ।

Leave A Reply

Your email address will not be published.