ଭୁବନେଶ୍ୱର: ଆଜି ଜାତୀୟ ସ୍ତରରେ ସମସ୍ତ ବ୍ୟାଙ୍କ୍ ସେବା ବନ୍ଦ ରହିବ। ପାଖାପାଖି ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇବେ । ବ୍ୟାଙ୍କ କର୍ମଚାରୀମାନେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଦାବି କରି ପ୍ରତିବାଦ କରୁଛନ୍ତି । ଏହି ଆନ୍ଦୋଳନରେ ସରକାରୀ, ବେସରକାରୀ, ବିଦେଶୀ, ଗ୍ରାମୀଣ ଏବଂ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ ହେବେ। ଭାରତୀୟ ବ୍ୟାଙ୍କ ସଂଘର ଏହି ପ୍ରସ୍ତାବ ଗତ ଦୁଇ ବର୍ଷ ଧରି ସରକାରଙ୍କ ନିକଟରେ ବିଚାରାଧୀନ ରହିଛି, କିନ୍ତୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଯାହା ଫଳରେ ଆଜି ସବୁ ବ୍ୟାଙ୍କ୍ କର୍ମଚାରୀ ଆନ୍ଦୋଳନ କରିବେ। ଲୋକଙ୍କ ସେବା ପ୍ରଭାବିତ ହେବ।ବ୍ୟାଙ୍କ୍ କର୍ମଚାରୀଙ୍କ କହିବା କଥା ଅଧାରୁ ଅଧିକ ବ୍ଯାଙ୍କ ସେବା ଡିଜିଟାଲ ମୋଡ଼ରେ ହୋଇପାରୁଛି। ଏଥି ପାଇଁ ଆବଶ୍ୟକ ପେପର ୱାର୍କ ଆମେ କରୁଛୁ। ୱାର୍କ ଲାଇଫ ଏଥିପାଇଁ ପ୍ରଭାବ ପଡୁଛି। ମାନସିକ ଚାପ ମଧ୍ୟ ବଢୁଛି. ତେଣୁ ସରକାରଙ୍କୁ ଅନୁରୋଧ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଘୋଷଣା ହେଉ। ଏହା ସହ ପ୍ରତିଦିନ ଅବଧି ୪୦ ମିନିଟ୍ ବୃଦ୍ଧି କଲେ ସଂଘ ପ୍ରସ୍ତାବ ଦେଇଛି ତାହା କରାଯାଉ। ସେଥିରେ ସଂଘ ପ୍ରସ୍ତାବ ଦେଇଛି. ବିଗତ ୪ ଦିନ ଧରି ବ୍ୟାଙ୍କ୍ ବନ୍ଦ ଥିଲା ପୁଣି ଏହି ଆନ୍ଦୋଳନ ଜାରି ରହିଲେ ଲୋକଙ୍କ ସେବା ବହୁ ମାତ୍ରାରେ ବାଧା ପ୍ରାପ୍ତ ହେବ। ଭୁବନେଶ୍ବରରେ ଏସବିଆଇ ମେନବ୍ରାଞ୍ଚ ସହ ଅନ୍ୟାନ୍ୟ ସ୍ଥାନରେ ଜାରି ରହିଛି ଏହି ଆନ୍ଦୋଳନ।