ସୁପର ଫ୍ଲପ୍ ଓଡିଶା ବନ୍ଦ ଡାକରା : ଯୋଗାଣ ମନ୍ତ୍ରୀ*

0

ଭୁବନେଶ୍ୱର: ଆଜି ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । କିନ୍ତୁ କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରିଲେ ନାହିଁ । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । ରାଜରାସ୍ତାକୁ ବାହାରି ନାହାନ୍ତି ଚାଷୀ । ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ ହେଲା । ପ୍ରମାଣ ହେଲା ଯେ ଚାଷୀ ମାନେ ସରକାରଙ୍କ ସହ ଅଛନ୍ତି । ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁନାହାନ୍ତି । ସେଥିରୁ ଖ୍ୟାନ୍ତ ରୁହନ୍ତୁ । ଯିଏ ଆନ୍ଦୋଳନ କଲେ ବି ମନା ନାହିଁ । କିନ୍ତୁ ସେମାନେ ସଫଳ ହେବେ ନାହିଁ । କଂଗ୍ରେସର ବିଧାୟକ ମାନେ ବାର ଫାଳ । ବିଜେଡ଼ି ବିଧାୟକ ମାନେ ଦୁଇ ଚାରି ଫାଳ ହେଲେଣି । ଗତକାଲି ସୁଦ୍ଧା 37 ଲକ୍ଷ 91 ହଜାର 225 ମେଟ୍ରିକ ଟନ ଧାନ କିଣା ସରିଲାଣି । 8 ହଜାର କୋଟିରୁ ଅଧିକ ଟଙ୍କା କୃଷକ ମାନଙ୍କ ଖାତାକୁ ଯାଇ ସାରିଲାଣି । କିଛି ଜିଲ୍ଲାରେ ଧାନ କିଣା ସରି ଆସିଲାଣି । ଧାନ କିଣା ସୁରୁଖୁରୁରେ ଚାଲିଛି ।କୌଣସି ବାଧା ନାହିଁ । ପୂର୍ବ ବିଜେଡ଼ି ସରକାର ଅତୀତରେ 100 ଟଙ୍କା ବି ଦେଇ ନଥିଲା । ବିଜେପି କହିଥିଲା 3100 ଟଙ୍କା ଦେବ । ଚାଷୀଙ୍କୁ 800 ଟଙ୍କା ଇନପୁଟ ସବସିଡି ଦିଆଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲା ରହିଥିବା ବେଳେ ରାଜଧାନୀରେ ମଧ୍ୟ ଜାରି ରହିଛି ଆମ ବସ ସେବା।

Leave A Reply

Your email address will not be published.