ଭୁବନେଶ୍ୱର: ସଂଶୋଧନ ହେବ ବିଭିନ୍ନ ଜିଲ୍ଲା ଏବଂ ସ୍ଥାନ ଗୁଡିକର ନାମରେ ଇଂରାଜୀ ବନାନ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ସାତ ଜିଲ୍ଲାର ଇଂରାଜୀ ନାମରେ ବଦଳିବ ସ୍ପେଲିଙ୍ଗ ଅର୍ଥାତ ତାକୁ ସଂଶୋଧନ କରାଯିବ । ଓଡିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ । ଯେମିତି ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ଖୋରଧା ଲେଖାଯିବ । ସେହିପରି ଓଡ଼ିଆରେ ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଦେଓଗଡ଼ ବୋଲି ଲେଖାଯାଉଛି ତାକୁ ସଂଶୋଧନ କରି ଇଂରାଜୀରେ ମଧ୍ୟ ଦେବଗଡ ବୋଲି ଲେଖାଯିବ । ସେହିପରି ଅନେକ ସ୍ଥାନରେ ଡ଼ ପାଇଁ ଇଂରାଜୀରେ ଆର ଲେଖାଯାଏ । ଯେମିତି କେନ୍ଦ୍ରାପଡାକୁ ଇଂରାଜୀରେ କେନ୍ଦ୍ରାପରା, ମହାକାଳପଡାକୁ ମହାକାଳପରା, ନୟାଗଡକୁ ନୟାଗର ବୋଲି ଇଂରାଜୀ ସ୍ପେଲିଙ୍ଗ ଅନୁସାରେ ତାକୁ ସଂଶୋଧନ କରାଯିବ । 11 ଜିଲ୍ଲାର 24 ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 15 ଦିନ ଭିତରେ ଅଭିଯୋଗ କିମ୍ଭା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।