ବଜେଟ ପୂର୍ବରୁ ବୈଠକ : ବିଭିନ୍ନ ବର୍ଗରୁ ମତ ଲୋଡ଼ିବେ ସିଏମ

Focus on state budget : CM called a metting

0

ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ଆଜି ବସିବ ଗୁରୁତ୍ତ୍ୱପୂର୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର କନଭେସନ ହଲରେ କରିବେ ଆଲୋଚନା । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ହେବେ ସାମିଲ । ପୂର୍ବତନ ମନ୍ତ୍ରୀ, ଅର୍ଥ ବିଶେଷଜ୍ଞ, ଶିଳ୍ପ ପତି, ବ୍ୟବସାୟୀ , ସାଧାରଣ ଜନତାଙ୍କ ସହ ବିଭାଗୀୟ ଅଧିକାରୀ ରହିବେ ଉପସ୍ଥିତ । କଣ ଓ କେମିତି ବିକଶିତ ଓଡ଼ିଶା କରି ହେବ ସେଥିପାଇଁ ସିଏମ ଲୋଡ଼ିବେ ମତ । ପୂର୍ବରୁ ବିଭାଗୀୟ ସମୀକ୍ଷା ଶେଷ ହୋଇଛି । ଚଳିତ ବଜେଟ ତିନି ଲକ୍ଷ ଅତିକ୍ରମ କରିପାରି ପାରେ ରାଜ୍ୟ ବଜେଟ।  ଆସନ୍ତା 20 ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବରୁ କେନ୍ଦ୍ର ସରକାର ନିଜର ବାର୍ଷିକ ବଜେଟ ଘୋଷଣା କରିସାରିଥିବା ବେଳେ ରାଜ୍ୟ ସରକାରଙ୍କ କଣ ବଜେଟ ଆସୁଛି ସମସ୍ତଙ୍କ ଅପେକ୍ଷା।

Leave A Reply

Your email address will not be published.