ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଆଇ.ଆର.ସି ଭିଲେଜ୍ ତରଫରୁ ୯୦ତମ ପ୍ରତିଷ୍ଠା ଦିବସ ପାଳିତ
Indian Overseas Bank celebrates 90th foundation day on behalf of IRC Village
ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଆଇ.ଆର.ସି ଭିଲେଜ୍ ତରଫରୁ ୯୦ତମ ପ୍ରତିଷ୍ଠା ଦିବସ ପାଳିତ
ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଆଇ.ଆର.ସି ଭିଲେଜ୍ ଶାଖା ତରଫରୁ ବ୍ୟାଙ୍କର ୯୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି l ଶାଖା ନବୀକରଣ ହେବା ସହିତ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଏକା ସାଙ୍ଗରେ ବହୁତ ଧୂମ୍ ଧାମ୍ ରେ ପାଳିତ କରାଯାଇଛି l ଏହି ପ୍ରତିଷ୍ଠା ଦିବସରେ ରିଜିଓନାଲ ହେଡ୍ ଶ୍ରୀ ରାହୁଲ ଦୁବେ ଯୋଗଦେଇଥିଲେ l
ଆଇ.ଆର.ସି ଭିଲେଜ୍ ଶାଖାର ବହୁ ମୂଲ୍ୟବାନ ଗ୍ରାହକଙ୍କ ସହିତ ମିଶି ଏହି ଦିବସ ପାଳନ କରିଥିବା କଥା ଶାଖା ପରିଚାଳିକା ଶ୍ରୀମତୀ ଅର୍ଚ୍ଚନା ରାୟ ପ୍ରକାଶ କରିଥିଲେ l ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏକ ବହୁ ପୁରାତନ ଜାତୀୟ ବ୍ୟାଙ୍କ ହୋଇଥିବାରୁ ଶାଖା ସବୁବେଳେ ଗ୍ରାହକଙ୍କ ସେବା କୁ ପ୍ରାଧାନ୍ୟ ଦେଇଥାଏ l ବ୍ୟାଙ୍କ ସହାୟତାରେ ଗ୍ରାହକ କିପରି ଉନ୍ନତି କରିପାରିବେ ସେଥିପ୍ରତି ଶାଖାର ସମସ୍ତ କର୍ମଚାରୀ ଯତ୍ନବାନ ଥାଆନ୍ତି l ଘର ଋଣ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ, ବ୍ୟବସାୟ ବୃଦ୍ଧି ପାଇଁ ଋଣ, ଏମଏସଏମଇ, ମୁଦ୍ରା ଋଣ, କ୍ଷୁଦ୍ର ବ୍ୟବସାୟ ଋଣ, ବିଶେଷ କରି ମହିଳାମାନେ ସଶକ୍ତିକରଣ ହେବା ପଛରେ ଅଧିକ ଗୁରୁତ୍ୱ ଦେଇଥାନ୍ତି l ଖୁବ କମ୍ ସୁଧହାର ସାଙ୍ଗକୁ ସ୍ୱଳ୍ପ ପ୍ରୋସେସିଂ ଫିସ୍ ରେ ସମସ୍ତ ଋଣ ସେବା ପ୍ରଦାନ କରାଯାଉଛି l ଆଇ.ଓ.ବି ଉତ୍ତମ ସେବା ଦେଉଥିବାରୁ ଅନେକ ଗ୍ରାହକ ବହୁତ ଉପକୃତ ହେଉଥିବା କଥା ଉପସ୍ଥିତ ଗ୍ରାହକମାନେ ପ୍ରକାଶ କରିଥିଲେ l