ଲୀଲାକ ଫ୍ଲାୱାରର ଦଶମ ସ୍ବନକ୍ଷେତ୍ର ପାଳିତ,

The tenth garden of lilac flowers is cultivated,

0

ସୀମା ଆର୍ଟ ୱର୍କ ହଲ୍ଡ ଏବଂ ଲୀଲାକ ଫ୍ଲାୱାର ର ଦଶମ ସ୍ବନକ୍ଷେତ୍ର ହୋଟେଲ ସ୍ବସ୍ତି ପ୍ରେମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।କୁତ୍ରିମ ଫୁଲ ର ବଜାର ରେ, ସାରା ଭାରତ ରେ ଲୀଲାଜ ର ଏକ ନିଜସ୍ବ ପରିଚୟ ଅଛି। ଏହି ଅବସର ରେ ସଂସ୍ଥା ର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ସୀମା ଅଗ୍ରୱାଲ ସ୍ବାଗତ ଭାଷଣ ଦେଇ ସଂସ୍ଥା ର ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ଆଉ ଏକ ବ୍ରାଣ୍ଡ ଅଂଥିଜିଓ ଏବଂ ଏକ ନୂଆ କମ୍ପାନୀ ର ଶୁଭାରମ୍ଭ ମୁଖ୍ୟ ଅତିଥି ଓଡିଶା ପୋଲିସ ର ଉପ ମହାନିର୍ଦେଶକ ଶ୍ରୀମତୀ ସନ୍ତୋଷ ବାଲା ଏବଂ ଭାରତୀୟ ପ୍ରଶାସନିକ ସେବା ର ପୂର୍ବତନ ଅଧିକାରୀ ତଥା ରୋଟାରୀ ର ପୂର୍ବତନ ପ୍ରାନ୍ତପାଳ ଶ୍ରୀ ଯୁକ୍ତି ରବି ନାରାୟଣ ନନ୍ଦ ଙ୍କ ଦ୍ବାରା ଶୁଭାରମ୍ଭ ହୋଇ ଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ସନ୍ତୋଷ ବାଲା ମହିଳା ଶିଳ୍ପାଦ୍ୟୋଗୀ ମାନଙ୍କ ର ସମାଜ ରେ ଆବଶ୍ୟକ‌ତା ଏବଂ ସ୍ବାବଲମ୍ବୀ ହେବାର ଉପକାରିତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଲୀଲାକ ଏବଂ ନୂତନ କମ୍ପାନୀ ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରବି ନାରାୟଣ ନନ୍ଦ ମହିଳା ଶିଳ୍ପାଦ୍ୟୋଗୀ ମାନେ ପରିବାର ର ତଥା ଦେଶ ର ଅର୍ଥନୀତି କୁ ସୁଦୃଢ କରନ୍ତି ବୋଲି ମତ ପୋଷଣ କରିଥିଲେ।ଜୀବନ ବ୍ୟାପି ଶିଳ୍ପ ସାଧନା ପାଇଁ ଶ୍ରୀଯୁକ୍ତ ନନ୍ଦ କିଶୋର ଅଗ୍ରୱାଲା ଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ସଭା ରେ ସଂସ୍ଥା ର ଅନ୍ୟତମ ନିର୍ଦ୍ଦେଶକ ଧନଞ୍ଜୟ ଅଗ୍ରୱାଲ ଏବଂ ପ୍ରିନଜଲ ଅଗ୍ରୱାଲ ଉପସ୍ଥିତ ଥିଲେ । ସଭା ଶେଷ ରେ ଗଜଲ ପରିବେଷଣ କରାଯାଇଥିଲା ।ବିଶିଷ୍ଟ ଉପସ୍ଥାପିକା ସୋମାସଭା ପରିଚାଳନା କରିଥିଲେ।

Leave A Reply

Your email address will not be published.