ଗର୍ଭଧାରଣ ପାଇଁ ସଂଘର୍ଷ କରୁଥିବା ଦମ୍ପତିଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଅଭିଯାନ

Free healthcare campaign for couples struggling to conceive

0

­

ବିବାହର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ କରି ନପାରିବା ପରିବାର ପାଇଁ ଏକ ବଡ଼ ଅଶାନ୍ତିର କାରଣ ହୋଇଥାଏ l ସମାଜରେ ଅନେକ ଟାହି ଟାପରା ମନକୁ ବହୁତ ଅଶାନ୍ତ କରେ l କୋଳ ଆଉ କୁଳକୁ ସନ୍ତାନ କି ସନ୍ତତିଟିଏ ନ ଆସିଲେ ପାରିବାରିକ ଅଶାନ୍ତି ଲାଗିରହେ l ଅନେକ ଦମ୍ପତି ନୀରବରେ ପ୍ରଭାବିତ ହୋଇଥାନ୍ତି l ସମାଜରେ ଆଜି ବି ପ୍ରାୟତଃ ଅନ୍ଧ ବିଶ୍ୱାସରେ ରହି କେବଳ ସ୍ତ୍ରୀଙ୍କୁ ଦୋଷ ଦେଇଥାନ୍ତି l ହେଲେ ଏହି ସ୍ଥିତିରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଦାୟୀ ଥାଆନ୍ତି l ତେଣୁ ସେଥିରୁ ମୁକ୍ତି ପାଇଁ ଶକ୍ତି ଫାଉଣ୍ଡେସନର ଉଦ୍ୟମରେ ଅଶୋକ ନଗର ସ୍ଥିତ ଗ୍ଲୋବାଲ ହେଲଥ କେୟାର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଅଭିଯାନ ଆରମ୍ଭ ହୋଇଛି l ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ନିର୍ଦ୍ଦେଶିତ ଯତ୍ନ ପାଇଁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛନ୍ତି ଡାକ୍ତର ଶକ୍ତି ଓ ଡାକ୍ତର ଇପ୍ସିତା ସ୍କିନ ଓ ଫର୍ଟିଲିଟି ଇନଷ୍ଟିଟ୍ୟୁଟ୍ l ମାଗଣାରେ ପ୍ରଜନନ ଓପିଡି (OPD) ଏବଂ ଦାତବ୍ୟ ଆଇଭିଏଫ (IVF) ଆୟୋଜନ କରିଛନ୍ତି l
ଯେଉଁ ଦମ୍ପତିମାନେ ଗର୍ଭଧାରଣ କରିବାକୁ ସଂଘର୍ଷ କରୁଛନ୍ତି କିନ୍ତୁ ସଚେତନତାର ଅଭାବ, ସାମାଜିକ ଦ୍ୱିଧା କିମ୍ବା ଆର୍ଥିକ ଚିନ୍ତା ହେତୁ ପ୍ରାୟତଃ ସାହାଯ୍ୟ ପାଇବାରେ ବିଳମ୍ବ କରୁଛନ୍ତି ସେମାନଙ୍କୁ ସମର୍ଥନ କରିବା ପାଇଁ ଏହି ସ୍ଵାସ୍ଥ୍ୟ ସେବା ଆୟୋଜିତ ହୋଇଛି l ଅନେକ ଦମ୍ପତି ଆର୍ଥିକ ଅଭାବ ହେତୁ ଗର୍ଭଧାରଣ ଠାରୁ ଦୂରେଇ ରୁହନ୍ତି l ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କ ମାଗଣା ଚିକିତ୍ସା ଦ୍ୱାରା ଦମ୍ପତିଙ୍କ କୋଳ ପୁରିଉଠିବ ଏବଂ କୁଳ ମଧ୍ୟ ରକ୍ଷା ହୋଇପାରିବ l ଏହି ଅତ୍ୟାଧୁନିକ ଗର୍ଭଧାରଣ ପଦ୍ଧତି ମାଧ୍ୟମରେ ଚିକିତ୍ସା ଆରମ୍ଭଠାରୁ କୋଳକୁ ସନ୍ତାନ ବା ସନ୍ତତି ଆସିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ମାଗଣାରେ ମିଳିବ ବୋଲି ଡାକ୍ତର ଶକ୍ତି କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି l ଏହି ସାମାଜିକ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଅଭିଯାନରେ ବିଭିନ୍ନ ଜିଲାରୁ ୧୩୦ ଜଣ ଦମ୍ପତି ରେଜିଷ୍ଟ୍ରେସନ୍ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଶକ୍ତି ଫର୍ଟିଲିଟି ସେଣ୍ଟର ପ୍ରତ୍ୟେକ ଗାଁକୁ ଯାଇ ଏହି ସଚେତନ ବାର୍ତ୍ତା ଦେବା ସହିତ ଅନ୍ଧ ବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି l ଏହି ମାଗଣା ସାମାଜିକ ସ୍ୱାସ୍ଥ୍ୟ ସେବା ଅଭିଯାନରେ ସାମିଲ ହୋଇଥିବା ଦମ୍ପତି ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କର ବହୁତ ପ୍ରଶଂସା କରିଛନ୍ତି ଏବଂ ଏହା ଦ୍ୱାରା ସେମାନେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି l

Leave A Reply

Your email address will not be published.