କଳିଙ୍ଗ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୨୦୨୬ ବର୍ଷର ଶ୍ରେଷ୍ଠ ଶିକ୍ଷା ଏବଂ ନିଯୁକ୍ତି ପ୍ରତିଷ୍ଠାନ ଭାବେ ଜି.ଆଇ.ଇ.ଟି କଲେଜ ସମ୍ମାନିତ
GIET College awarded as the Best Education and Employment Institute of the Year 2026 by Kalinga Educational and Charitable Trust
କଳିଙ୍ଗ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୨୦୨୬ ବର୍ଷର ଶ୍ରେଷ୍ଠ ଶିକ୍ଷା ଏବଂ ନିଯୁକ୍ତି ପ୍ରତିଷ୍ଠାନ ଭାବେ ଜି.ଆଇ.ଇ.ଟି କଲେଜ ସମ୍ମାନି
କଳିଙ୍ଗ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ (KECT) ଏବଂ MBC TV ପକ୍ଷରୁ ‘ଉଦ୍ୟୋଗୀ ଓଡ଼ିଶା କନକ୍ଲେଭ’ ଆୟୋଜିତ ହୋଇଛି। ଓଡ଼ିଶାର ବିକାଶ ଓ ଭବିଷ୍ୟତ ବିକାଶ ସମ୍ପର୍କରେ କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଉଦ୍ୟୋଗକ୍ଷେତ୍ର, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଉଦ୍ୟୋଗୀ ଓଡିଶା ୨୦୨୬ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୨୬ ବର୍ଷର ଶ୍ରେଷ୍ଠ ଶିକ୍ଷା ଏବଂ ନିଯୁକ୍ତି ପ୍ରତିଷ୍ଠାନ ଭାବେ ଜି.ଆଇ.ଇ.ଟି କଲେଜ, ଗଙ୍ଗାପଟଣାକୁ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଅଧ୍ୟକ୍ଷ ଡଃ ଶୁଭୋଜିତ ପ୍ରଧାନ, ଜି.ଆଇ.ଇ.ଟି ର ଡିନ୍ ଦିଲ୍ଲୀପ କୁମାର ଦାସ, ଅଧ୍ୟକ୍ଷ ସତ୍ୟ ପ୍ରକାଶ ପଣ୍ଡା, ଉପାଧ୍ୟକ୍ଷ ରାମ ନାରାୟଣ ସାବତ ଏବଂ ସଚିବ ସ୍ମୃତି ମୀନାକ୍ଷୀ ପଣ୍ଡା ଉପସ୍ଥିତ ଥିଲେ l ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଆଲୋଚନାରେ ସାମିଲ ହୋଇ ଏସବୁ କ୍ଷେତ୍ରରେ ବର୍ତ୍ତମାନର ସ୍ଥିତି ଓ ବିକଶିତ ଓଡିଶା ପାଇଁ କଣ ସବୁ ଆବଶ୍ୟକ ସେ ସମ୍ପର୍କରେ ସୁଚିନ୍ତିତ ମତାମତ ରଖିଥିଲେ। ରାଜ୍ୟରେ ସୁଦୃଢ଼ ଭିତ୍ତିଭୂମିର ବିକାଶ, ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ, ଏକ ସକ୍ରିୟ ଉଦ୍ୟୋଗୀ ବାତାବରଣ ସୃଷ୍ଟି କରିବା ସରକାରର ମୂଳ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୁର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନକୁ ସାକାର କରିବା ପାଇଁ ଉଚିତ ନୀତି ଓ ସଂସ୍କାର ସହ ସରକାର ଆଗକୁ ବଢ଼ୁଥିବା ମନ୍ତ୍ରୀ ମାନେ କହିଛନ୍ତି। ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ହବ୍ରେ ପରିଣତ କରିବା ପାଇଁ ଏହି ସାମୂହିକ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ନୟାଗଡ଼ ବିଧାୟକ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକ, MBC TVର ଅଧ୍ୟକ୍ଷ ତଥା ମୁଖ୍ୟ ସମ୍ପାଦକ ଡକ୍ଟର ବଦ୍ରିନାଥ ପଟ୍ଟନାୟକ, ସେଣ୍ଟ ଜାଭିୟର ହାଇସ୍କୁଲର ଅଧ୍ୟକ୍ଷା ଶ୍ରୀମତି ନିବେଦିତା ପଟନାୟକଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଉଦ୍ୟୋଗୀ ଓଡିଶା ୨୦୨୬ ସମ୍ମାନରେ ସମ୍ମାନିତ କରାଯାଇଥିଲା।