ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକର ନୂତନ କର୍ମକର୍ତ୍ତାଙ୍କ ଅଧିଷ୍ଠାନ ଉତ୍ସବ ସମ୍ପନ୍ନ

Rotary Club Bhubaneswar Unique's new executive committee inauguration ceremony completes

0

ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକର ନୂତନ କର୍ମକର୍ତ୍ତାମାନଙ୍କ ଅଧିଷ୍ଠାନ ଉତ୍ସବ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ପାଇଁ ପ୍ରଫେସର ଡ଼. ଅନନ୍ତ କିଶୋର ଜେନା ସଭାପତି ଏବଂ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ସମ୍ପାଦକ ଭାବେ ପୂର୍ବତନ ସଭାପତି ସଂଘମିତ୍ରା ରଥ ଓ ସମ୍ପାଦକ ସୁଧୀର କୁମାର ବେହେରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାନ୍ତପାଳ ଶ୍ରୀ ଅନିଲ କୁମାର ସାମଲ, IAS (ଅବ.) ଯୋଗଦେଇ ରୋଟାରୀର ସେବା ଦର୍ଶନ, ସାମାଜିକ ଦାୟିତ୍ୱ ଓ ମାନବ ସେବାର ଗୁରୁତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ।

ନୂତନ ସଭାପତି ଡ଼. ଅନନ୍ତ କିଶୋର ଜେନା କ୍ଲବର ବର୍ଷବ୍ୟାପୀ ସାମାଜିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିବାବେଳେ, ନୂତନ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ପାଞ୍ଚଜଣ ନୂତନ ସଦସ୍ୟଙ୍କୁ କ୍ଲବରେ ସ୍ୱାଗତ କରାଯାଇଥିଲା। କ୍ଲବର ଉପଦେଷ୍ଟା ଶ୍ରୀ ଗିରିଜା ଶଙ୍କର ପାଣି ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ସଂଯୁକ୍ତା ନାୟକ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ।

ଡ଼. ଶୁଭେନ୍ଦୁ ଦାସ ଓ ପ୍ରାକ୍ତନ ସଭାପତି ଦିବ୍ୟ ରଞ୍ଜନ ଦାଶ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ଆର୍ଯ୍ୟ କୁମାରୀ ପାଣିଗ୍ରାହୀ, ଅର୍ଜୁନ ପୁରସ୍କାର ବିଜେତା ମିନତି ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଳିତ, ସମାଜସେବିକା ଅନୁରୋଧ ମହାନ୍ତି, ଡ଼. ସରୋଜ କୁମାର ତ୍ରିପାଠୀ, ଭାରତେନ୍ଦ୍ର ତ୍ରିପାଠୀ, ନିରଜ ନୟନ ଦତ୍ତ, ଶିଶିର କୁମାର ପଟ୍ଟନାୟକ, କାର୍ତ୍ତିକ ଚନ୍ଦ୍ର ଦାଶ, ସତ୍ୟ ନାରାୟଣ ନନ୍ଦ, ବୃନ୍ଦାବନ ମଲ୍ଲିକ, ରାମକୃଷ୍ଣ ସାଇ, ଦେବୀଦତ୍ତ ଦାସ, ଧିରେନ ଚାନ୍ଦ ନାୟକ, ରଞ୍ଜିତା ସେନାପତି,ପବିତ୍ର ପାଢ଼ୀ ଏବଂ ସୌଭାଗ୍ୟ ରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ

 

Leave A Reply

Your email address will not be published.