ଭୁବନେଶ୍ବର: ରିଲିଜ ହୋଇଛି ରହସ୍ୟ-ରୋମାଞ୍ଚ ଭରା ନୂଆ ରୋମାଣ୍ଟିକ୍ ଗୀତ ‘ସହରର ବତୀ ଲିଭିଗଲା ପରେ’ । ସାମ୍ ମ୍ୟୁଜିକ୍ ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତଟି ରିଲିଜ ହୋଇଥିବା ବେଳେ ଗୀତରେ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ସତ୍ୟଜିତ୍ ଜେନା ଏବଂ ଏଥିରେ ଡେବ୍ୟୁ କରିଛନ୍ତି ଆରଜେ ସୋନାଲି (ସୋନାଲି ଆଚାର୍ଯ୍ୟ) । ଲୋକପ୍ରିୟ ଭଜନ ‘ଜଗା ତୁ ଯାଦୁଗର’ର ଗୀତିକାର ରାମକୃଷ୍ଣ ବାରିକ ଏହି ରହସ୍ୟମୟ ଗୀତ ଲେଖିଥିବା ବେଳେ ସୌମିତ୍ରୀ ପଲାଇ ନିଜ ମ୍ୟୁଜିକର ଯାଦୁ ଦେଖାଇଛନ୍ତି । ଡବିଂ ରୋହିତ ଗୁରୁ କରିଥିବା ବେଳେ ମିକ୍ସିଂ ମାଷ୍ଟରିଂ ସ୍ମୃତିରଞ୍ଜନ ସାମଲ କରିଛନ୍ତି । ‘ସହରର ବତୀ ଲିଭିଗଲା ପରେ… ବତୀ ଖୁଣ୍ଟ ପାଖେ ଛିଡ଼ା ହୋଇଥାଏ ଅନ୍ଧାରର ଗଳି ପାଖରେ…ସିଏ ମତେ ଜାଣେନା, ମୁଁ ତାକୁ ବି ଚିହ୍ନେନା’ ଗୀତର ମୁଖୁଡ଼ା ଥିବା ବେଳେ ଉଭୟ ଓଟିଟି ଏବଂ ୟୁଟ୍ୟୁବରେ ଦର୍ଶକଙ୍କ ପସନ୍ଦ ଆସିଛି । ରାତି, ରାଜଧାନୀ, ରହସ୍ୟକୁ ନେଇ ଏହି ରୋମାଞ୍ଚଭରା ଗୀତ ବହୁତ ଦିନ ପରେ ଓଡ଼ିଶା ସଂଗୀତ ଦୁନିଆକୁ ଫେରିଥିବା ବେଳେ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି ।