ରାଜଧାନୀରେ ସିରିଜ ଦୂର୍ଘଟଣା: ଡ୍ରାଇଭର ସମେତ ଅନେକ ଗୁରୁତର

Series accident held in Bhubaneswar

0

ଭୁବନେଶ୍ୱର: ବସ୍, ଟ୍ୟାଙ୍କର୍ ଏବଂ ଟ୍ରକ୍ ପଛକୁ ପଛ ହେଲା ଧକ୍କା ହେବା ଫଳରେ ଡ୍ରାଇଭର ସମେତ ଏକାଧିକ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ତମାଣ୍ଡୋରେ ଏକ ପିଚୁ ବୋଝେଇ ଟ୍ୟାଙ୍କରକୁ ପଛରୁ ଏକ ଟ୍ରଲର ପିଟିବା ଫଳରେ ଟାଙ୍କର୍ ପିଟି ଥିଲା ବସକୁ। ଏହି ସିରିଜ ଦୂର୍ଘଟଣାରେ ଡ୍ରାଇଭର ସମେତ ତିନି ଜଣ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ପିଚୁ ଟ୍ୟାଙ୍କର ଚାଳକ, ଖଲାସିଙ୍କ ସହ ଟ୍ରେଲର ଡ୍ରାଇଭର ବୋଲି ଜଣାପଡିଛି। ଖବର ପାଇ ତମଣ୍ଡୋ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଦୂର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ହଟାଇବା ସହ ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛି।

 

Leave A Reply

Your email address will not be published.