ବାକି ପଇସା ମାଗିବାରୁ ଦୋକାନୀକୁ ଆକ୍ରମଣ, 2 ଗିରଫ

Two arrested by Nayapali police for attacking on fruit seller

0

ଭୁବନେଶ୍ୱର: ବାକି ପଇସା ମାଗିବାରୁ ଦୋକାନୀକୁ ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କମ୍ପାନୀର କର୍ମଚାରୀମାନେ ଏକ ଫଳ ଦୋକାନୀ ଠାରୁ ବାକିରେ ଫଳ ନେଇଥିଲେ ମାତ୍ର ଫଳ ପଇସା ମାଗିବାରୁ ଦୋକାନୀ ଉପରେ ଲୁହାପାଇପ ଏବଂ ରଡ଼ରେ କରିଥିଲେ ଅତର୍କିତ ଆକ୍ରମଣ. ଏହି ଆକ୍ରମଣରେ ଦୋକାନୀ ଜଣକ ଆହତ ହୋଇଥିବା ବେଳେ ଦୁଇ ଜଣକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଆଦିତ୍ୟ କୁମାର ଏବଂ ଅରୁଣ କୁମାର ସିଂ। ଉଭୟଙ୍କ ନିକଟରୁ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ।

 

 

Leave A Reply

Your email address will not be published.