ଦ ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ଆୟୋଜିତ ସିଏସଆର ଏକ୍ସିଲେନ୍ସ ଫର ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ ସମ୍ମାନରେ ସୁବାଷ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ

Subhash Chandra Tripathi honored with CSR Excellence for Public Private Partnership Award organized by “Interview Times”

0

ଦ ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ଆୟୋଜିତ ସିଏସଆର ଏକ୍ସିଲେନ୍ସ ଫର ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ ସମ୍ମାନରେ ସୁବାଷ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ

 

ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦ ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ତଥା ଦେଶର ବିକାଶରେ ବିନ୍ଧାଣୀ ସାଜିଥିବା କିଛି ପ୍ରେରଣାଦାୟୀ ବ୍ୟକ୍ତିବିଶେଷଙ୍କୁ ଲୋକଲୋଚନକୁ ଆଣିବା ସହ ଗୋଟିଏ ମଞ୍ଚରେ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ଅଭିପ୍ସା କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି l ଶ୍ରୀଯୁକ୍ତ ତ୍ରିପାଠୀ ରାଜ୍ୟରେ ଶିଳ୍ପାୟନ ଅଗ୍ରଗତି ପ୍ରତି ସର୍ବଦା ତତ୍ପର ଥା’ନ୍ତି l ଅନ୍ୟ ରାଜ୍ୟ ମୁହାଁ ହେଉଥିବା ଯୁବବର୍ଗଙ୍କୁ ଫେରାଇ ଆଣି ଆମ ରାଜ୍ୟକୁ ସମୃଦ୍ଧି ପଥରେ ନେବା ଭଳି ମହାନ ଲକ୍ଷ୍ୟ ରଖିଛନ୍ତି ଅଭିପ୍ସା କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ତ୍ରିପାଠୀ l ଶ୍ରୀଯୁକ୍ତ ତ୍ରିପାଠୀଙ୍କ ହୃଦୟରେ ଓଡିଶା ବିକାଶ ସ୍ବପ୍ନ l ତାଙ୍କ କମ୍ପାନୀରେ ତିନି ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି l ଓଡ଼ିଆ ଯୁବ ବର୍ଗ ଆଗକୁ ବଢିବା ପାଇଁ ମେଣ୍ଟରିଂ ସହ ସହଯୋଗିତା ଭିତ୍ତିରେ କାମ କରିବା ଶ୍ରୀଯୁକ୍ତ ତ୍ରିପାଠୀ ସର୍ବଦା ଉଦ୍ୟମରତ l ଏହି କାର୍ଯ୍ୟକ୍ରମର ଉଦଘାଟକ ଭାବେ

ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର

(ମହାନିର୍ଦ୍ଦେଶକ – ଭାରତ ପାଣିପାଗ ବିଭାଗ), ମୁଖ୍ୟ ଅତିଥି

ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା

(ସାଂସଦ ସଦସ୍ୟ – ଯାଜପୁର),

ବିଶେଷ ସମ୍ମାନିତ ଅତିଥି ଭାବେ

ଡକ୍ଟର ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ

(ସିଏମ୍ଡି-ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ)

ଡକ୍ଟର ରାମାନୁଜ ନାରାୟଣ

(ନିର୍ଦ୍ଦେଶକ- ସିଏସ୍ଆଇଆର୍- ଆଇଏମ୍ଏମଟି), ମୁଖ୍ୟ ବକ୍ତା

ପ୍ରୋଫେସର ଆଶିଷ ଘୋଷ

(ନିର୍ଦ୍ଦେଶକ IIIT),ଭୁବନେଶ୍ୱର)

ସମ୍ମାନିତ ଅତିଥି ପି.କେ. ମହାପାତ୍ର

(ୟୁନିଟ୍ ମୁଖ୍ୟ – ଇଫ୍କୋ ପାରାଦୀପ),

ସୁବାଷ ଅଗ୍ରୱାଲ (ଚେୟାରମ୍ୟାନ୍-ଆର୍ଏସ୍ଏସ୍),

ଡକ୍ଟର ପ୍ରବୋଧ ମହାନ୍ତି

(ପରିଚାଳନା ନିର୍ଦ୍ଦେଶକ – ଏସ୍.ଏନ୍. ମହାନ୍ତି ଗ୍ରୁପ୍), ବିନୋଦ କୁମାର ଅଗ୍ରୱାଲ (ଏମଡି-ଶ୍ରୀ ତିରୁପତି ବାଲାଜୀ ଗ୍ରୁପ୍), ସ୍ବତନ୍ତ୍ର ଇଣ୍ଟରଭ୍ୟୁ ଟାଇମ୍ସର ଅଧ୍ୟକ୍ଷ ଡଃ ଶୁଭାଶିଷ ଦାସ ପ୍ରମୁଖ ଯୋଗଦେଇଦେଲେ l ମାନ୍ୟବର ଅତିଥିଗଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇଣ୍ଟରଭ୍ୟୁ ଟାଇମ୍ସ ପତ୍ରିକା ଦ୍ୱାରା ନିଆଯାଇଥିବା ଏହି ଅଭିନଵ ପଦକ୍ଷେପକୁ ପ୍ରଶଂସା କରିଥିଲେ l

Leave A Reply

Your email address will not be published.