ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ସାମିଲ ହେଲେ ସୋନୁ ନିଗମ, ଡ଼ଃ ପ୍ରଦୀପ ସେଠୀଙ୍କ ସହ ଦର୍ଶନ କଲେ ମହାପ୍ରଭୁଙ୍କ ରଥ

Sonu Nigam joins Puri Rath Yatra for the first time, sees Lord Mahaprabhu's chariot with Dr. Pradeep Sethi

0

ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମ ପ୍ରଥମ ଥର ପାଇଁ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଆଧ୍ୟାତ୍ମିକ ଯାତ୍ରା ଇଉଜେନିକ୍ସ ହେୟାର ସାଇନ୍ସର ସହ-ପ୍ରତିଷ୍ଠାତା ଡ଼ଃ ପ୍ରଦୀପ ସେଠୀଙ୍କ ଉଦ୍ୟମରେ ସମ୍ଭବ ହୋଇଥିଲା।ସୋନୁ ନିଗମ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ସେ ଅନେକ ଓଡ଼ିଆ ଭଜନ ଗାଇଥିଲେ ମଧ୍ୟ ରଥଯାତ୍ରାକୁ ସାକ୍ଷାତ୍ ଦେଖିବାର ସୁଯୋଗ ପାଇନଥିଲେ। ଏହି ଅନୁଭୂତି ତାଙ୍କ ଜୀବନର ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ସେ ପ୍ରକାଶ କରିଛନ୍ତି।ଭୁବନେଶ୍ୱର ଓ ପୁରୀ ଗସ୍ତ ସମୟରେ ସୋନୁ ନିଗମ ଡ଼ଃ ପ୍ରଦୀପ ସେଠୀଙ୍କ ସହ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।ଡ଼ଃ ପ୍ରଦୀପ ସେଠୀ କହିଛନ୍ତି, ସୋନୁ ନିଗମଙ୍କୁ ରଥଯାତ୍ରାର ଅନୁଭୂତି ଦେବା ତାଙ୍କ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା। ଗସ୍ତ ଶେଷରେ ସୋନୁ ନିଗମ ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ଆତିଥ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ

ବିଶ୍ୱପ୍ରସିଦ୍ଧ ସଙ୍ଗୀତ ତାରକା ସୋନୁ ନିଗମ, ଇଉଜେନିକ୍ସ ହେୟାର ସାଇନ୍ସେସ୍‌ର ସହ-ପ୍ରତିଷ୍ଠାତା ଡଃ ପ୍ରଦୀପ ସେଠୀଙ୍କ ସହ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାର ସାକ୍ଷୀ

ପୁରୀ, ଓଡ଼ିଶା: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ପୂର୍ବସନ୍ଧ୍ୟାରେ, ପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ରଥଯାତ୍ରା ଦର୍ଶନ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ବ୍ୟକ୍ତିବର୍ଗ ପୁରୀରେ ପହଞ୍ଚିଥିଲେ I ସେମାନଙ୍କ ମଧ୍ୟରେ ଥିଲେ ପଦ୍ମଶ୍ରୀ ସମ୍ମାନିତ ଏବଂ ପ୍ରଖ୍ୟାତ ପ୍ଲେବ୍ୟାକ୍ ଗାୟକ ସୋନୁ ନିଗମ, ଯିଏ ପ୍ରଥମ ଥର ପାଇଁ ବ୍ୟକ୍ତିଗତ ଭାବେ ଏହି ପବିତ୍ର ମହୋତ୍ସବର ଅନୁଭବ ଲାଭ କରିଥିଲେ I

ଏହି ଗସ୍ତ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ଇଉଜେନିକ୍ସ ହେୟାର ସାଇନ୍ସେସ୍‌ର ସହ-ପ୍ରତିଷ୍ଠାତା ତଥା ଓଡ଼ିଶାର ଗର୍ବ ଡଃ ପ୍ରଦୀପ ସେଠୀଙ୍କ ଉଦ୍ୟମରେ ସମ୍ଭବ ହୋଇଥିଲା I ଏହାର ପୂର୍ବରୁ ଏକ ଆଲୋଚନା ସମୟରେ ସୋନୁ ନିଗମ କହିଥିଲେ ଯେ, ଗତ ତିନି ଦଶନ୍ଧି ଧରି ସେ ଶହ ଶହ ଓଡ଼ିଆ ଗୀତ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଭଜନ ଗାଇଥିଲେ ମଧ୍ୟ କେବେ ବି ନିଜ ଆଖରେ ରଥଯାତ୍ରା ଦେଖିବାର ସୁଯୋଗ ପାଇନଥିଲେ I ଏହା ଶୁଣି ଗଭୀର ଭାବେ ଭାବପ୍ରବଣ ହୋଇ ଡଃ ସେଠୀ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶା ସରକାରଙ୍କ ସହ‌ଯୋଗରେ, ଗାୟକଙ୍କ ବହୁ ପ୍ରତୀକ୍ଷିତ ଏହି ତୀର୍ଥଯାତ୍ରାର ବ୍ୟବସ୍ଥା କରିଥିଲେ I

ଭୁବନେଶ୍ବରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟଙ୍କୁ ଉତ୍ସାହୀ ପ୍ରଶଂସକ ଏବଂ ଗଣମାଧ୍ୟମ ପ୍ରତିନିଧୂମାନଙ୍କ ପକ୍ଷରୁ ଉଷ୍ମ ସ୍ବାଗତ କରାଯାଇଥିଲା I ପୁରୀ ଯିବା ପୂର୍ବରୁ ଗଣମାଧ୍ଯମ ସହ ଆଲୋଚନା କରି ସୋନୁ ନିଗମ ଏବଂ ଡଃ ସେଠୀ, ଭାରତର ସର୍ବାଧ‌ିକ ପୂଜ୍ୟ ଆଧ୍ୟାତ୍ମିକ ଉତ୍ସବମାନଙ୍କ ମଧ୍ୟରୁ ଗୋଟିଏର ଅଂଶ ହେବାର ସୁଯୋଗ ପାଇଁ ସେମାନଙ୍କର ଉତ୍ସାହ ଓ କୃତଜ୍ଞତା ପ୍ରକାଶ କରିଥିଲେ I

ରଥଯାତ୍ରାକୁ “ଜୀବନରେ ଥରେ ମାତ୍ର ମିଳୁଥିବା ଅନୁଭୂତି” ବୋଲି ବର୍ଣ୍ଣନା କରି ସୋନୁ ନିଗମ କହିଥିଲେ ଯେ, ପବିତ୍ର ନଗରୀରେ ବ୍ୟାପ୍ତ ଆଧ୍ୟାତ୍ମିକ ଶକ୍ତି ଏବଂ ଭକ୍ତିଭାବ ତାଙ୍କୁ ଅଭିଭୂତ କରିଥିଲା I ନିଜ ଭଉଣୀ ଏବଂ ଡଃ ସେଠୀଙ୍କ ସହ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟପାଳ ଡଃ ହରି ବାବୁ କମ୍ଭମ୍ପତି ଏବଂ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ଯ ସାକ୍ଷାତ କରିଥିଲେ I ଏହି ଆଲୋଚନାରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ବିକାଶ ଏବଂ ବିଶ୍ୱସ୍ତରରେ ବଢ଼ୁଥିବା ପରିଚିତି ନେଇ ଆଲୋଚନା ହୋଇଥିଲା I

ଗସ୍ତ ସମୟରେ ସୋନୁ ନିଗମ ଡଃ ପ୍ରଦୀପ ସେଠୀଙ୍କ ସହ ଭୁବନେଶ୍ୱରର ଐତିହାସିକ ଲିଙ୍ଗରାଜ ମନ୍ଦିରରେ ମଧ୍ଯ ପୂଜାର୍ଚ୍ଚନା କରିଥିଲେ।

ଓଡ଼ିଶା ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ବିଷୟରେ ସୋନୁ ନିଗମ କହିଥିଲେ:

“ହିନ୍ଦୀ ସଙ୍ଗୀତ ଜଗତରେ ଲୋକପ୍ରିୟ ହେବା ପୂର୍ବରୁ ହଁ ମୁଁ ଅସଂଖ୍ୟ ଓଡ଼ିଆ ଭଜନ ଗାଇବାର ସୌଭାଗ୍ୟ ପାଇଥୁଲି I ବର୍ଷ ବର୍ଷ ଧରି ମୋର ଓଡ଼ିଶାର ଲୋକମାନଙ୍କ ସହ ଏକ ଗଭୀର ଭାବପ୍ରବଣ ସମ୍ପର୍କ ଗଢ଼ି ଉଠିଛି I ସେମାନଙ୍କ ମଧ୍ୟରୁ ଅନେକେ ମୋର ଭଜନ ଶୁଣି ବଡ଼ ହୋଇଛନ୍ତି—ମୋର ସାନ ଭାଇ ଡଃ ପ୍ରଦୀପ ସେଠୀଙ୍କ ପରି I ବାସ୍ତବରେ, ଅନେକ ଲୋକ ମୋତେ କହିଛନ୍ତି ଯେ ସେମାନେ ଭାବୁଥିଲେ ମୁଁ ଜଣେ ଓଡ଼ିଆ I ସମ୍ଭବତଃ ପୂର୍ବଜନ୍ମରେ ମୋର ଜନ୍ମ ଓଡ଼ିଶାରେ ହୋଇଥିଲା, ଯାହାଫଳରେ ମୁଁ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାଇବାର ସୌଭାଗ୍ୟ ପାଇଛି I ଶେଷରେ ନିଜ ଆଖରେ ରଥଯାତ୍ରା ଦେଖ‌ିବା ଏମିତି ଏକ ଆଶୀର୍ବାଦ, ଯାହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ।”

ସେ ଡଃ ପ୍ରଦୀପ ସେଠୀଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ନିଜ ମୂଳ ସହ ଗଭୀର ସମ୍ପର୍କ ବଜାୟ ରଖୁଥୁବା ପାଇଁ “ଓଡ଼ିଶାର ଗର୍ବ” ବୋଲି ପ୍ରଶଂସା କରିଥିଲେ।

ଡଃ ପ୍ରଦୀପ ସେଠୀ କହିଥିଲେ: “ଗତ ୩୪ ବର୍ଷ ଧରି ସୋନୁଜୀଙ୍କ ହୃଦୟସ୍ପର୍ଶୀ ଓଡ଼ିଆ ଭଜନ ଲକ୍ଷ ଲକ୍ଷ ଓଡ଼ିଆଙ୍କ ଆଧ୍ୟାତ୍ମିକ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ହୋଇ ରହିଛି I ଶେଷରେ ତାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ରଥ ସମ୍‌ମୁଖରେ ଠିଆ ହୋଇ ନିଜେ ରଥଯାତ୍ରାର ଅନୁଭବ କରୁଥୁବା ଦେଖୁବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ଭ ଥିଲା—କେବଳ ଜଣେ ଘନିଷ୍ଠ ବନ୍ଧୁ ଭାବେ ନୁହେଁ, ବରଂ ଏହି ମହାନ ପର୍ବର ଛାୟାରେ ବଡ଼ ହୋଇଥିବା ଜଣେ ବ୍ୟକ୍ତି ଭାବେ I ଏଭଳି ମୁହୂର୍ଭ ଆମକୁ ଘରର ପ୍ରକୃତ ଅର୍ଥ ମନେ ପକାଇଦିଏ ।”

ଏହି ଅବସରକୁ ସଙ୍ଗୀତମୟ କରିବା ପାଇଁ ସୋନୁ ନିଗମ ଏବଂ ଡଃ ସେଠୀ ଲୋକପ୍ରିୟ ଓଡ଼ିଆ ଗୀତ “ଝିପି ଝିପି ବରଷାରେ” ଏବଂ “ଜନମୀ ଥୁଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ” ଗାଇ ଉପସ୍ଥିତ ସମସ୍ତଙ୍କୁ ଆନନ୍ଦିତ କରିଥିଲେ, ଯାହା ଓଡ଼ିଶାର ସମୃଦ୍ଧ ସଙ୍ଗୀତ ଏବଂ ଭକ୍ତି ପରମ୍ପରାକୁ ଉଦ୍ୟାପନ କରିଥିଲା I

ମୁମ୍ବାଇ ଫେରିବା ପୂର୍ବରୁ ଭାବପ୍ରବଣ ସୋନୁ ନିଗମ, ତାଙ୍କୁ ଏହି ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିଥିବାରୁ ପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଥିଲେ I ସେ ଓଡ଼ିଶାର ଲୋକମାନଙ୍କ ସ୍ନେହ ଓ ଆନ୍ତରିକତା ପାଇଁ ହୃଦୟରୁ ଧନ୍ୟବାଦ ଜଣାଇବା ସହିତ ଏହି ଗସ୍ତକୁ ସମ୍ଭବ କରିଥିବାରୁ ଡଃ ପ୍ରଦୀପ ସେଠୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସମଗ୍ର ତୀର୍ଥଯାତ୍ରା ସମୟରେ ଆନ୍ତରିକ ଆତିଥ୍ୟ ଓ ସହ‌ଯୋଗ ପାଇଁ ଓଡ଼ିଶା ସରକାରଙ୍କ ପ୍ରତି ତାଙ୍କର ଆନ୍ତରିକ କୃତଜ୍ଞତା ପ୍ରକାଶ କରିଥିଲେ I

Leave A Reply

Your email address will not be published.