ସମାଜସେବାରେ ନୂଆ ପଦକ୍ଷେପ ‘ଏସ୍‌କେପି ସର୍ବୋଦୟ ଫାଉଣ୍ଡେସନ’

ସମାଜସେବାରେ ନୂଆ ପଦକ୍ଷେପ ‘ଏସ୍‌କେପି ସର୍ବୋଦୟ ଫାଉଣ୍ଡେସନ’

0

ସମାଜସେବାରେ ନୂଆ ପଦକ୍ଷେପ ‘ଏସ୍‌କେପି ସର୍ବୋଦୟ ଫାଉଣ୍ଡେସନଭୁବନେଶ୍ୱର: ସ୍ୱର୍ଗତ ଆଇପିଏସ୍‌ ଅଧିକାରୀ ସୁଶୀଲ କୁମାର ପ୍ରଧାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ସମାଜସେବାର ପରମ୍ପରାକୁ ଆଗେଇ ନେବା ଲକ୍ଷ୍ୟରେ ‘ଏସ୍‌କେପି ସର୍ବୋଦୟ ଫାଉଣ୍ଡେସନ’ର ପ୍ରାକ୍‌-ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୁଶୀଲ କୁମାର ପ୍ରଧାନ ଏବଂ ତାଙ୍କ ପୁତ୍ର ସୁସ୍ମିତ କୁମାର ପ୍ରଧାନଙ୍କ ନାମକୁ ନେଇ ଫାଉଣ୍ଡେସନର ନାମ ‘ଏସ୍‌କେପି’ ରଖାଯାଇଛି। ସୁସ୍ମିତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଂସ୍ଥା ସ୍ୱାସ୍ଥ୍ୟ, ଶିକ୍ଷା, ବୟନ ଓ ପରିବେଶ ସମେତ ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବ।ଫାଉଣ୍ଡେସନର ଲକ୍ଷ୍ୟ ହେଉଛି ରାଜ୍ୟର ସୁଦୂର ଓ ଅବହେଳିତ ଅଞ୍ଚଳରେ ଆବଶ୍ୟକ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ପହଞ୍ଚାଇବା। ଆଗାମୀ ଦିନରେ ଏହି ସେବାକୁ ଦେଶବ୍ୟାପୀ କରିବାକୁ ଫାଉଣ୍ଡେସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ମାନସିକ ସ୍ୱାସ୍ଥ୍ୟ, କ୍ୟାନ୍ସର, ଅଟିଜମ୍‌, ସିକଲ୍‌ ସେଲ୍‌ ଅନିମିଆ, ଡାଏଲିସିସ୍‌ ଓ କିଡ୍‌ନୀ ଯତ୍ନ, ଟିକାକରଣ ସଚେତନତା ଏବଂ ଚକ୍ଷୁ ଚିକିତ୍ସା ଭଳି କ୍ଷେତ୍ରରେ କାର୍ଯ୍ୟ କରିବାକୁ ସଂସ୍ଥା ଯୋଜନା କରିଛି। ଏଥିସହ ମାଗଣା ଶିକ୍ଷା, କ୍ୟାରିୟର କାଉନ୍‌ସେଲିଂ, କ୍ରୀଡ଼ା ଶିକ୍ଷା, ବୁଣାକାରଙ୍କ ସହାୟତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ଅବସରରେ ଏସ୍‌କେପି ସର୍ବୋଦୟ ଫାଉଣ୍ଡେସନ ଓ ତେରାପନ୍ଥ ଯୁବକ ପରିଷଦର ମିଳିତ ସହଯୋଗରେ ଭୁବନେଶ୍ୱର କ୍ଲବ୍‌ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଆଜି ସକାଳେ ଆୟୋଜିତ ଏହି ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିଥିଲେ। ଶିବିରରେ ବହୁ ସଂଖ୍ୟକ ରକ୍ତଦାତା ଯୋଗଦେଇ ରକ୍ତଦାନ କରିଥିଲେ। ସଂନ୍ଧ୍ୟାରେ ପ୍ରାକ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିଷ୍ଠାତା ସ୍ୱୀକୃତି ପଟ୍ଟନାୟକ, ପଲ୍‌ମୋନାରୀ ସ୍ପେସାଲିଷ୍ଟ ଡା. ସମୀର ସାହୁ, ଏବଂ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସିଭିଲ୍‌ ସର୍ଭାଣ୍ଟ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ, , କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ଅବସରରେ ମିସ୍‌ ସ୍ୱୀକୃତି ପ୍ରଧାନଙ୍କୁ ବାପ୍ତା ସିଲ୍କର ପୁନରୁଦ୍ଧାର, ପାରମ୍ପରିକ ବୁଣାକାରଙ୍କ ସଶକ୍ତୀକରଣ ଏବଂ ସମ୍ବଲପୁରୀ ପଟ୍ଟ ବସ୍ତ୍ରର ସମୃଦ୍ଧ ପରମ୍ପରାକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଅଗ୍ରଣୀ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।ପ୍ରାକ୍‌-ଶୁଭାରମ୍ଭ ପର୍ଯ୍ୟାୟରେ ଆହୁରି ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ନିଆଯାଉଛି। ଆସନ୍ତା ସେପ୍ଟେମ୍ବର ୨୭ରେ ବଲାଙ୍ଗୀରରେ ବୃହତ୍‌ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଆବଶ୍ୟକତାଭିତ୍ତିକ କାର୍ଯ୍ୟକ୍ରମ, ସଚେତନତା ଶିବିର, କଲ୍ୟାଣମୂଳକ ପଦକ୍ଷେପ ଓ ବିଭିନ୍ନ ସଂସ୍ଥା ସହ ଭାଗୀଦାରି ମାଧ୍ୟମରେ ଅବହେଳିତ ଓ ଅସହାୟ ପରିବାରଙ୍କ ନିକଟରେ ପହଞ୍ଚିବାକୁ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି। ପ୍ରାକ୍‌-ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ଆସନ୍ତା ତିନି ମାସ ମଧ୍ୟରେ ‘ଏସ୍‌କେପି ସର୍ବୋଦୟ ଫାଉଣ୍ଡେସନ’ର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ।

Leave A Reply

Your email address will not be published.