ଦିୱାନା ମୁଁ.ପ୍ରସିଦ୍ଧ କଣ୍ଠଶିଳ୍ପୀ ଅମ୍ରିତା ନାୟକ ଙ୍କ ୟୁଟ୍ୟୁବ ଚ୍ୟାନେଲ୍ ରେ ମୁକ୍ତିଲାଭ କରିଛି

"Diwana Mu..." has been released on the YouTube channel of renowned singer Amrita Nayak.

0

ମୁକ୍ତିଲାଭ କରିଛି, ଓଡ଼ିଶା  ଏଆଇ ଆଧାରିତ ମ୍ୟୁଜିକ୍ ଭିଡ଼ିଓ ଦିୱାନା ମୁଁ….. ପ୍ରସିଦ୍ଧ କଣ୍ଠଶିଳ୍ପୀ ଅମ୍ରିତା ନାୟକ ଙ୍କ ୟୁଟ୍ୟୁବ ଚ୍ୟାନେଲ୍ ରେ ମୁକ୍ତିଲାଭ କରିଛି ଏହି ବହୁ ପ୍ରତୀକ୍ଷିତ ମ୍ୟୁଜିକ୍ ଭିଡ଼ିଓ…. ଏହି ମ୍ୟୁଜିକ୍ ଭିଡିଓରେ ରହିଛି ପ୍ରେମ, ବିଚ୍ଛେଦ ଓ ପୁନର୍ଜନ୍ମର କାହାଣୀପ୍ରେମ, ବିଶ୍ୱାସଘାତ ଓ ଦୁଇଟି ଜୀବନର ଏକ ଭିନ୍ନ କାହାଣୀକୁ ନେଇ ଆସିଛି ନୂଆ ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ଦିୱାନା ମୁଁ…. ଏହା ଓଡ଼ିଶା ର ପ୍ରଥମ ଏଆଇ କାହାଣୀ ଆଧାରିତ ମ୍ୟୁଜିକ୍ ଭିଡ଼ିଓ. ଏଏନ୍ ମ୍ୟୁଜିକ୍ ଏବଂ ଜାଗ୍ରିତା ଭେଞ୍ଚର୍ ପକ୍ଷରୁ ପ୍ରସ୍ତୁତ ଏହି ମ୍ୟୁଜିକ୍ ଭିଡ଼ିଓ ରେ ପ୍ରେମର ଭାବନା ସହ ଏଆଇ ଟେକ୍ନୋଲୋଜିର ସୃଜନଶୀଳ ବ୍ୟବହାରକୁ ଏକାଠି କରାଯାଇଛି। “କିଛି ପ୍ରେମ କାହାଣୀ ସମାପ୍ତ ହୁଏ ନାହିଁ, ବରଂ ଆଉ ଗୋଟେ ଜନ୍ମକୁ ଅପେକ୍ଷା କରନ୍ତି” ବାର୍ତ୍ତାକୁ କେନ୍ଦ୍ର କରି ଗଢ଼ାଯାଇଛି ଏହାର କାହାଣୀ।ପୋଷ୍ଟରରେ ଦେଖିବାକୁ ମିଳୁଛି ପ୍ରେମୀ ଯୁଗଳଙ୍କ ସମ୍ପର୍କ, ବିଚ୍ଛେଦ, ଅପେକ୍ଷା ଏବଂ ଅନ୍ୟ ଏକ ଜୀବନରେ ପୁଣିଥରେ ମିଳନର ଭାବନା। ଏହି ମ୍ୟୁଜିକ୍ ଭିଡିଓରେ ଦିବଂଗତ କଣ୍ଠଶିଳ୍ପୀ ହ୍ୟୁମ୍ୟାନ୍ ସାଗର ଓ ଅମ୍ରିତା ନାୟକ କଣ୍ଠଦାନ କରିଛନ୍ତି। ଏହାର ସଙ୍ଗୀତ, ଗୀତ, କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଜଗତ ଶତପଥୀ , ଏପଟେ ଭିଡିଓ କନ୍ସେପଟ ଏବଂ କ୍ରିଏସନ୍ କରିଛି ଜାଗ୍ରିତା ଭେଞ୍ଚର୍ସ । ଏଆଇ ଓ ମ୍ୟୁଜିକ୍‌କୁ ମିଶାଇ ଓଡ଼ିଆ ମନୋରଞ୍ଜନ ଜଗତରେ ଏକ ନୂଆ ପ୍ରୟୋଗ ଭାବେ ‘ଦିୱାନା ମୁ’ ଦର୍ଶକଙ୍କ ମଧ୍ୟରେ କେତେ ଆକର୍ଷଣ ସୃଷ୍ଟି କରୁଛି, ତାହା ଆଗାମୀ ଦିନରେ ଦେଖିବାକୁ ରହିଲା।

Leave A Reply

Your email address will not be published.