ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜିଆଇଇଟି, ଗଙ୍ଗାପାଟଣା ସମ୍ମାନିତ
GIET, Gangapatana honored by Nirvan Foundation Trust
ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜିଆଇଇଟି, ଗଙ୍ଗାପାଟଣା ସମ୍ମାନିତ
ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ “ଓଡ଼ିଶା ଆଚିଭର୍ସ ଆୱାର୍ଡ ୨୦୨୬” ଭୁବନେଶ୍ୱର ସ୍ଥିତ ଏକ ଘରୋଇ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି l
ଏହି ପ୍ରେରଣାଦାୟକ ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ମାନ୍ୟବର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣି, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ, ରୋଟାରୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ l
ଓଡ଼ିଶାର ଭବିଷ୍ୟତକୁ ବିଭିନ୍ନ ନବୀକରଣ, ନେତୃତ୍ୱ ଏବଂ ଉତ୍କର୍ଷତା ମାଧ୍ୟମରେ ଯେଉଁ ଉତ୍କୃଷ୍ଟ ଉଦ୍ୟୋଗୀ, ବ୍ୟବସାୟୀ ଏବଂ ରାଜନେତାମାନେ ଗଢି ତୋଳିବାକୁ ପ୍ରତିଶୃତିବଦ୍ଧ ସେମାନଙ୍କୁ ନିର୍ବାଣ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଛି l
ପ୍ରାୟ ୫୫ ଜଣ ଉଦ୍ୟୋଗୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା l ସେଥି ମଧ୍ୟରୁ ଗଙ୍ଗାପାଟଣା ସ୍ଥିତ ଜିଆଇଇଟି କଲେଜକୁ ୨୦୨୬ ବର୍ଷର ଶ୍ରେଷ୍ଠ ଶିକ୍ଷା ଓ ନିଯୁକ୍ତି ପ୍ରତିଷ୍ଠାନ ଭାବେ ଚୟନ କରାଯାଇଥିଲା l
ଏହି ଅବସରରେ ଅଧ୍ୟକ୍ଷ ଡଃ ଶୁଭୋଜିତ ପ୍ରଧାନ, ଜିଆଇଇଟିର ଡିନ ଦିଲ୍ଲୀପ କୁମାର ଦାସ, ଅଧ୍ୟକ୍ଷ ସତ୍ୟ ପ୍ରକାଶ ପଣ୍ଡା, ଉପାଧ୍ୟକ୍ଷ ରାମ ନାରାୟଣ ସାବତ ଓ ସଚିବ ସ୍ମୃତି ମୀନାକ୍ଷୀ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା l
ଦୀର୍ଘ ୪ ବର୍ଷ ହେବ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ଭରତ ପ୍ରଧାନଙ୍କ ଏଭଳି ଏକ ଅଭିନଵ ପରିକଳ୍ପନାକୁ ସମସ୍ତ ଅତିଥି ଏବଂ ସମ୍ମାନିତ ବ୍ୟକ୍ତିତ୍ୱମାନେ ଅନେକ ପ୍ରଶଂସା କରିଥିଲେ l