- ଉତ୍କର୍ଷ ଓଡିଶା ଦ୍ୱାରା ଆୟୋଜିତ ବିଜନେସ୍ ଆଇକନ୍ ଆୱାର୍ଡ ୨୦୨୬ ଅନୁଷ୍ଠିତ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା,ମୁଖ୍ୟ ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା, ବିଶିଷ୍ଟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଶିଳ୍ପପତି ସୁଭାଷ ଚନ୍ଦ୍ର ତ୍ରିପାଠୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶାର ବ୍ୟବସାୟ, ଉଦ୍ୟୋଗ ଭବିଷ୍ୟତ AI ର ଆବଶ୍ୟକତା ବିଷୟବସ୍ତୁ ଆଧାରିତ ଏକ ଆଲୋଚନା ଚକ୍ର ହୋଇଥିଲା l ଆରଜେ, ଭିଜେ କେପି ଏହି ଆଲୋଚନା ଚକ୍ରକୁ ପରିଚାଳନା କରିଥିବା ବେଳେ ସୁଭାଷ ଚନ୍ଦ୍ର ତ୍ରିପାଠୀ, ସାଇ କଲ୍ୟାଣୀ ଚୌହାନ, ଡଃ ଦିଲ୍ଲୀପ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଦୀପକ କୁମାର ନାଥ ଏବଂ ଗୁରୁ ପ୍ରସାଦ ଜୀ ଭାଗ ନେଇଥିଲେ lଦ୍ଵିତୀୟ ପର୍ଯ୍ୟାୟରେ ଆମନ୍ତ୍ରିତ ଅତିଥି ମାନେ କାର୍ଯ୍ୟକ୍ରମର ମହତ୍ୱ ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରି ବିକଶିତ ଓଡିଶା ଉପରେ ତାଙ୍କ ବହୁମୂଲ୍ୟ ମତ ଦେଇଥିଲେ ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ସହିତ ଉତ୍ସାହିତ କରିଥିଲେ l ତୃତୀୟ ପର୍ଯ୍ୟୟରେ ପ୍ରାୟ ୩୦ ଜଣ ଲବ୍ଧ ପ୍ରତିଷ୍ଠିତ ବିଜିନେସ୍ ଆଇକନ୍ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍କର୍ଷ ଓଡିଶାର ପ୍ରତିଷ୍ଠାତା ଡଃ ଭରତ ପ୍ରଧାନ ଦୀର୍ଘ ୫ବର୍ଷ ହେଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ କରିଆସୁଛନ୍ତି l ଯୁବ ଉଦ୍ୟୋଗୀମାନଙ୍କୁ ଗୋଟିଏ ମଞ୍ଚରେ ସମ୍ମାନିତ କରିବା ଦ୍ୱାରା ସେମାନେ ଉତ୍ସାହିତ ହେଉଛନ୍ତି l ଡଃ ଭରତ ପ୍ରଧାନଙ୍କର ଏହି ମହତ ଉଦ୍ଦେଶ୍ୟ ପାଇଁ ଆମନ୍ତ୍ରିତ ଅତିଥି ମାନଙ୍କ ସମେତ ସମସ୍ତ ଆୱାର୍ଡି ଉଚ୍ଚ ପ୍ରଶଂସା କରିଥିଲେ l