0

ସଙ୍ଗୀତରେ ୱାଇଲ୍ଡଲାଇଫ୍ ସପ୍ତାହ ଉତ୍ସବ ପାଳିତପ୍ରତି ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହକୁ ଜାତୀୟ ବନ୍ୟଜନ୍ତୁ ସପ୍ତାହ ଭାବେ ପାଳନ କରାଯାଏ। ଭାରତର ସମୃଦ୍ଧ ବନ୍ୟଜୀବ, ଜଙ୍ଗଲ ଓ ପ୍ରାକୃତିକ ଐତିହ୍ୟକୁ ପାଳନ କରିବାର ଏହି ଅବସରରେ ଦେବ୍ରିଗଡ଼ର ପ୍ରକୃତି, ବନ୍ୟଜୀବ ଓ ଲୋକଜୀବନକୁ ନେଇ ପ୍ରସ୍ତୁତ ଏକ ସଙ୍ଗୀତଭିତ୍ତିକ ପ୍ରସ୍ତୁତି “Come to Our Debrigarh” ୟୁଟ୍ୟୁବ୍‌ରେ ମୁକ୍ତିଲାଭ କରିଛି।ଲାଇଟହାଉସ୍‌ର ପ୍ରଯୋଜନାରେ, ଗୁରୁଜୀ ଶ୍ୱେତା ଚନ୍ଦନ ଓ ସଞ୍ଜୟ କାନୁନ୍‌ଗୋଙ୍କ ସୃଜନରେ ପ୍ରସ୍ତୁତ ଏହି ପ୍ରକଳ୍ପକୁ ହୀରାକୁଦ ୱାଇଲ୍ଡଲାଇଫ୍ ଡିଭିଜନ୍ ସହିତ ସ୍ଥାନୀୟ ସମୁଦାୟର ସହଯୋଗ ମିଳିଛି। ଦେବ୍ରିଗଡ଼ର ଜଙ୍ଗଲ, ବନ୍ୟଜୀବ, ପ୍ରକୃତି ଓ ସେଠାକାର ଲୋକଙ୍କ ଜୀବନର ବିଭିନ୍ନ ଦିଗକୁ ସଙ୍ଗୀତ ଓ ଦୃଶ୍ୟ ମାଧ୍ୟମରେ ଦର୍ଶାଇଛି ଏହି ପ୍ରସ୍ତୁତି।ଏହି ଗୀତର ସବୁଠାରୁ ବିଶେଷ ଆକର୍ଷଣ ହେଉଛି ଓଡ଼ିଶାର ଦୁଇ ପ୍ରତିଭାଶାଳୀ କଣ୍ଠଶିଳ୍ପୀଙ୍କ ସ୍ୱର। କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗାୟିକା ସୁସ୍ମିତା ଦାସଙ୍କ ସ୍ୱର ସହ ଯୋଡ଼ି ହୋଇଛି ପ୍ରତିଭାବାନ ଗାୟକ ଓ ସଙ୍ଗୀତକାର ବିଶ୍ୱଜିତ ମହାପାତ୍ରଙ୍କ କଣ୍ଠ l ଦୁଇ କଣ୍ଠଶିଳ୍ପୀଙ୍କ ସ୍ୱର ଦେବ୍ରିଗଡ଼ର ପ୍ରକୃତି ଓ ଭାବନାକୁ ଗୀତ ମାଧ୍ୟମରେ ଆହୁରି ଜୀବନ୍ତ କରିଛି।ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜିତ ମହାପାତ୍ର। ଗୀତଟି କେବଳ ଦେବ୍ରିଗଡ଼ର ଜଙ୍ଗଲ ଓ ବନ୍ୟଜୀବକୁ ଦର୍ଶାଉନାହିଁ, ବରଂ ଏହି ଅଞ୍ଚଳ ସହ ଗଭୀର ଭାବେ ଜଡ଼ିତ ସ୍ଥାନୀୟ ଲୋକ ଓ ସମୁଦାୟର ଜୀବନକୁ ମଧ୍ୟ ସାମ୍ନାକୁ ଆଣିଛି।ଶୁଟିଂ ସମୟରେ ସ୍ଥାନୀୟ ସମୁଦାୟର ସଦସ୍ୟମାନେ ଟିମ୍‌କୁ ସ୍ୱାଗତ କରିବା ସହ ଶୁଟିଂରେ ସହଯୋଗ କରିଥିଲେ। ସେମାନଙ୍କ ସହଯୋଗ ଓ ଅନୁଭବ ଏହି ପ୍ରକଳ୍ପକୁ ଆହୁରି ମାନବୀୟ ଓ ବାସ୍ତବ କରିବାରେ ସାହାଯ୍ୟ କରିଛି।ପ୍ରକୃତି, ବନ୍ୟଜୀବ ଓ ମଣିଷର ସମ୍ପର୍କକୁ ସଙ୍ଗୀତ ଓ ଦୃଶ୍ୟରେ ଆଣିବାରେ ଏକ ପ୍ରୟାସ “Come to Our Debrigarh”। ଦେବ୍ରିଗଡ଼ର ସୌନ୍ଦର୍ଯ୍ୟ ସହିତ ଏହାର ଲୋକ, ସେମାନଙ୍କ ଜୀବନ ଓ ପ୍ରକୃତି ସହ ସମ୍ପର୍କର ଏକ ଝଲକ ଦର୍ଶକଙ୍କ ନିକଟରେ ପହଞ୍ଚାଉଛି ଏହି ଗୀତ।

Leave A Reply

Your email address will not be published.